March 10, 2026

ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ କର୍ଲାଡ଼ଙ୍ଗରି ଗାଁ ର ତିରିଶ ପରିବାର ଜିଉଛନ୍ତି ଅଭିଶପ୍ତ ଜୀବନ……..

IMG-20260222-WA0008
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ସଦର ମହକୁମା ରୁ ମାତ୍ର ନଅ କିଲୋମିଟର ଦୂରରେ ଅବସ୍ଥିତ ଏଇ ଗାଁ।ଆଦିବାସୀ ଅଧ୍ୟୁଷିତ ଅଂଚଳ ଘଞ୍ଚ ଜଙ୍ଗଲ ଘେରା ଗାଁ ରେ ଆଜି ପର୍ଯ୍ୟନ୍ତ ପହଂଚି ପାରିନି ପ୍ରଶାସନ। ବିଶେଷ କରି ସାନ୍ତା ଜନ ଜାତି ର ଲୋକ ବସ ବାସ କରୁଥିବା ଏହି ଅଂଚଳ ରେ ସରକାର ଙ୍କ ମୌଳିକ ସୁବିଧା ରୁ ଆଜି ପର୍ଯ୍ୟନ୍ତ ବଞ୍ଚିତ ଏ ଜନ ଜାତି। ଗାଁ ର ତିରିଶ ପରିବାର ଙ୍କ ମଧ୍ୟରୁ ମାତ୍ର ତିନି ଜଣ ଙ୍କ ନା ରେ ଆବାସ ଯୋଜନା ରେ ଘର ଦିଆ ଯାଇଥିବା ବେଳେ ଅନେକ ପରିବାର ଏବେ ବି ବଞ୍ଚିତ। ସେହିପରି ଗାଁ ରେ ଗୋଟିଏ ନଳ କୂଅ ଥିବା ବେଳେ ଖରା ଦିନେ ଶୋଷ ମେଣ୍ଟିବା ସମ୍ଭବ ହୁଏ ନାହିଁ ବୋଲି ଗ୍ରାମ ବାସୀ କୁହନ୍ତି। ସରକାର ଶିକ୍ଷା କ୍ଷେତ୍ରରେ ପ୍ରଚାର ପ୍ରସାରଣ ଆଗକୁ ନେଉଥିବା ବେଳେ ଗାଁ ରେ ଅଙ୍ଗନବାଡି କି ପ୍ରାଥମିକ ଶିକ୍ଷା କେନ୍ଦ୍ର ଟିଏ ନାହିଁ। ଫଳରେ ଗର୍ଭବତୀ ମା ଓ ଶିଶୁ ଟୀକା କରଣ ପାଇଁ ଅନ୍ୟ ଗାଁ କୁ ଯିବାକୁ ପଡେ। ପୁଷ୍ଟି ସାର ଛତୁଆ ଓ ଛୋଟ ପିଲାଙ୍କ ରନ୍ଧା ଖାଦ୍ୟ ଗାଁ ପାଇଁ ସପନ। ସ୍କୂଲ ନଥିବାରୁ ପିଲାମାନେ ଅଧାରୁ ଅଧିକ ପାଠ ପଢା ରେ ବଞ୍ଚିତ. ଖାଲି ସେତିକି ରେ ଅଟକି ଯାଇନି ବିକାଶ ବିଧବା ଭତ୍ତା ଓ ବାର୍ଦ୍ଧକ୍ୟ ଭତ୍ତା ରୁ ବଞ୍ଚିତ ବହୁ ଅସହାୟ ଲୋକ, ଗାଁ ର ବିଧବା ବୃଦ୍ଧା ଚନ୍ଦ୍ରମା ପରଜା ଙ୍କ ସ୍ୱାମୀ ଦୀର୍ଘ ବର୍ଷ ହେବ ଆରପାରିକୁ ଚାଲି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଭତ୍ତା ଟିକେ ହେଇପାରିଲାନି ବୋଲି ଦୁଃଖ ସହ କହିଛନ୍ତି। ପଂଚାୟତ ସରପଞ୍ଚ ଓ ମେମ୍ବର କୁ କହିଲେ ମଧ୍ୟ ଦୁଃଖ ଶୁଣିବାକୁ କେହି ନାହାନ୍ତି। ଉମରକୋଟ ରୁ ରାଇଘର ମୁଖ୍ୟ ରାସ୍ତା ରୁ ଗାଁ କୁ ରାସ୍ତା ଥିବା ବେଳେ ତାହା ପୁଣି ମାଟି ଧୂଳି ରେ ଭର୍ତି।ଯେମିତି ବିକାଶ ଠାରୁ ବହୁ ଦୂରରେ ନାହିଁ ନାହିଁ ର ଗାଁ କର୍ଲାଡ଼ଙ୍ଗରି। ଆମେ ଏ ବିଷୟରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ମେହେର ଙ୍କୁ ପଚାରିବାରୁ କର୍ଲାଡ଼ଙ୍ଗରି ଗାଁ ର ବିକାଶ ନିମନ୍ତେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ପିଇବା ପାଣି ର ବ୍ୟବସ୍ଥା ନିମନ୍ତେ ଆଉ ଦୁଇଟି ନଳକୂଅ ଏବଂ ଅତି ଆବଶ୍ୟକ ସ୍ଥଳେ ଗାଁ କୁ ଟ୍ୟାଙ୍କର ସହାୟତା ରେ ପାଣି ଯୋଗାଇବା ବ୍ୟବସ୍ଥା କରିବା କଥା କହିଥିଲେ. ସେହିପରି ଗାଁ ର ମୌଳିକ ସମସ୍ୟା ସମ୍ପର୍କ ରେ ଗ୍ରାମପଞ୍ଚାୟତ ଅଧିକାରୀ ଓ ବ୍ଲକ ସାମାଜିକ ସୁରକ୍ଷା ଅଧିକାରଙ୍କୁ ତୁରନ୍ତ ସମାଧାନ କରିବାକୁ କହିଥିଲେ. ପ୍ରଶ୍ନ ଉଠୁଛି ବିକାଶ ର ଦିଶା ଆଉ ସରକାର ଙ୍କ ଯୋଜନା କାହା ସ୍ୱାର୍ଥ ରେ.ଗାଁ ର ଅଭିଯୋଗ କ୍ରମେ ସୁତମ ପରଜା, ଦାଶ ପରଜା, ମନ୍ଦରା ପରଜା, ମୁଲା ପରଜା, ଯୁଗଳ ପରଜା, କୁନ୍ଦ ପରଜା, ବାଇମତି ପରଜା, ମଙ୍ଗୁରି ପରଜା ପ୍ରମୁଖ ଉପସ୍ଥିତ ଥିଲେ।