April 25, 2026

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ କୋପେନା ପଂଚାୟତରେ ସ୍କୁଲ କୁ ଶିକ୍ଷକ ମାନେ ବିଳମ୍ବରେ ଆସୁ ଥିବାରୁ ତାତିଲେ ଗ୍ରାମବାସୀ, ସ୍କୁଲ ଫାଟକ ରେ ତାଲା ପକାଇଲେ……….

IMG-20260222-WA0005
Share

 

 

ଉମରକୋଟ:- (ଏମ.ଦୀନା°ଶୁ ଆଚାରୀ) ଶିକ୍ଷକ ମାନେ ପ୍ରତି ଦିନ ବିଳମ୍ବ ରେ ସ୍କୁଲ କୁ ଆସୁଛନ୍ତି ଫଳରେ ସ୍କୁଲ ରେ ପାଠ ପଡ। ହେଉନାହିଁ, ଆଜି ଏଥିରେ ଗ୍ରାମବାସୀ ଉଥିଖୀପ୍ତ ହେଇ ସ୍କୁଲ ଫାଟକ ରେ କିଛି ଘଣ୍ଟା ପାଇଁ ତାଲା ପକାଇ ଦେଇଥିଲେ। ଏପରି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ କୋପେନା ପଂଚାୟତର ତାରାଗାଁ ଗ୍ରାମ ଠାରେ। ଏଠାରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋଟ ୧୩୫ଛାତ୍ର ଛାତ୍ରୀ ରହିଥିବା ବେଳେ ୬ଜଣ ଶିକ୍ଷକ ଅଛନ୍ତି ସେଥି ମଧ୍ୟରୁ ଜଣେ ଶିକ୍ଷକ ଛୁଟିରେ ଥିବା ବେଳେ ଜଣେ ମେଟେରନୀଟି

ଛୁଟିରେ ଥିବା ବେଳେ ଜଣେ ସରକାରୀ ବିଏଲ ଓ କାର୍ଯ୍ୟରେ ନିୟୋଜିତ ଅଛନ୍ତି। କିନ୍ତୁ ଅନ୍ୟ ତିନି ଜଣ ଶିକ୍ଷକ ଦୀର୍ଘ ଦିନ ଧରି ସ୍କୁଲ କୁ ବିଳମ୍ବ ରେ ଆସୁଥିଲେ। ଏପରି କି ଗ୍ରାମ ବାସୀ ବାରମ୍ବାର ତାଗିଦ୍ କରିବା ସତ୍ତ୍ୱେ ଏହି ଶିକ୍ଷକ ମାନେ କର୍ଣ୍ଣପାତ କରୁ ନ ଥିଲେ। ଫଳରେ ଗ୍ରାମବାସୀ ଅତିଷ୍ଠ ହେଇ ସି ଆରସି ଓ ଉମରକୋଟ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ମଧ୍ୟ ଲିଖିତ ଭାବେ ଜଣାଇବା ସହ ସ୍ଥାନୀୟ ବିଧାୟକ ତଥା ଗଣ ଶିକ୍ଷା ମନ୍ତ୍ରୀ ନିତ୍ଯ।ନନ୍ଦ ଗଣ୍ଡ ଙ୍କ ସହ ମଧ୍ୟ ଗ୍ରାମ ବାସୀ ଆଲୋଚନା କରିଥିଲେ। ତେବେ ସ୍କୁଲ କୁ ଠିକ୍ ସମୟ ରେ ଆସିବୁ ବୋଲି ଶିକ୍ଷକ ମାନେ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ କିନ୍ତୁ ତାହା ପାଳନ କରୁନଥିଲେ।ଆଜି ସ୍କୁଲରେ ସବୁ ଛାତ୍ର ଛାତ୍ରୀ ସ୍କୁଲରେ ପହଂଚି ଥିଲେ ଯାଇଥିଲେ ହେଁ ଏହି ୩ ଶିକ୍ଷକ ମାନେ ସ୍କୁଲକୁ ୧୧ଟା ରେ ପହଞ୍ଚିଥିଲେ। ଏହା ଦେଖି ଗ୍ରାମବାସୀ ଅତ୍ୟନ୍ତ ଉତକ୍ଷିପ୍ତ ହୋଇ ବିଦ୍ୟାଳୟ ର ମୁଖ୍ୟ ଗେଟରେ ତାଲା ପକାଇ ଦେଇଥିଲେ। ଶିକ୍ଷକ ମାନେ ବିଦ୍ୟାଳୟ କୁ ଠିକ ସମୟରେ ନ ଆସିବା କାରଣ ରୁ ଛାତ୍ର ଛାତ୍ରୀ ପାଠପଢାରେ ଅବହେଳା ହେଉଥିବା ଅଭିଯୋଗ କରି ଗ୍ରାମବାସୀ ତୁରନ୍ତ ଏହି ୩ ଶିକ୍ଷକ ଙ୍କୁ ଏହି ବିଦ୍ୟାଳୟରୁ ବଦଳି କରିବାକୁ ଦାବି କରିଥିଲେ।ଖବର ପାଇଁ ଉମରକୋଟ ଘଟଣା ସ୍ଥଳରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବେନ୍ଦ୍ର ବାଗ ଗାଁ ରେ ପହଞ୍ଚି ଗ୍ରାମବାସୀ ଙ୍କୁ ବୁଝାସୁଝା କରିଥିଲେ। ଗ୍ରାମବାସୀ ଙ୍କ ଅଭିଯୋଗକୁ ତଦନ୍ତ କରାଯିବ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗ୍ରାମବାସୀ ଙ୍କୁ ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ୧ ଟା ବେଳେ ସ୍କୁଲରେ ତାଲା ଖୋଲି ଦେଇଥିଲେ ପାଠ ପଡ।ସ୍କୁଲରେ ସ୍ଵାଭାବିକ ଅବସ୍ଥାକୁ ଆସିଥିଲା।

You may have missed