କୋଟପାଡ଼ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ..

କୋଟପାଡ଼(ହରିଶ କୁମାର ପଟ୍ଟନାୟକ) ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କୋଟପାଡ ଠାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଚିତ୍ରାଙ୍କନ, କବିତା, ଆବୃତ୍ତି ଓ ଗଳ୍ପକଥନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।କୃତୀ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ର ଶିକ୍ଷକ ଅଭିନାଶ ପାତ୍ର ଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ଭାଷା ସାହିତ୍ୟ ଶିକ୍ଷକ ଶରତ କୁମାର ଦଳେଇ ଓ ଗଣିତ ଶିକ୍ଷକ ମାନସ ରଞ୍ଜନ ନାୟକ ମାତୃଭାଷାର ଗୁରୁତ୍ଵ ଓ ବିବିଧ ସଂସ୍କୃତିର ଆବଶ୍ୟକତା ଓ ଅନ୍ତର୍ଜାତୀୟ ମାତୃଭାଷା ଦିବସର ମହତ୍ତ୍ଵ ବକ୍ତବ୍ୟ ମାଧ୍ୟମରେ ପ୍ରଦାନ କରିଥିଲେ।ବିଦ୍ୟାଳୟ ର ଇଂରାଜୀ ଶିକ୍ଷକ ଭକ୍ତ ବାଗ୍ ସଭାକାର୍ଯ୍ୟ ପରିଚାଳନା କରିବା ସହ ଶେଷ ରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।