May 10, 2026

ବୁଗୁଡ଼ାରେ ଡ୍ରେନ୍ ଅବରୋଧ ସମସ୍ଯା, ସାମାନ୍ୟ ବର୍ଷାରେ ଛକରେ ଜମୁଛି ପାଣି , ପ୍ରତିକାର ଦାବି

IMG-20250222-WA0045
Share

ବୁଗୁଡ଼ା : ତା ୨୨/୦୨/୨୫ : ସ୍ଥାନୀୟ ମଦନ ମୋହନ ଛକ ସାମାନ୍ୟ ବର୍ଷାରେ ଜଳାର୍ଣ୍ଣବ ଯୋଗୁଁ ଯାତାୟାତରେ ଅସୁବିଧା ହେଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ସହରର ସେହି ମୁଖ୍ୟ ଛକରେ ଜମୁଥିବା ପାଣି ଡ୍ରେନ ଅବରୋଧ ଯୋଗୁଁ ନିଷ୍କାସନ ହୋଇନପାରି ରାସ୍ତାରେ ଭାସୁଛି । ଅନ୍ୟପକ୍ଷରେ ବ୍ଯବସାୟୀମାନେ ନିଜର ସୁବିଧା ପାଇଁ ରାସ୍ତାକଡରେ ମାଟି ପକାଇ ଉଚ୍ଚା କରିଥିବାରୁ ରାସ୍ତାର ପାଣି ନିଷ୍କାସନ ହୋଇନପାରି ଛକରେ ଜମି ରହୁଥିବା ଫଳରେ ପଥଚାରୀଙ୍କ ପାଇଁ ସେହି ରାସ୍ତା ଉପଯୋଗୀ ହୋଇପାରୁନାହିଁ।ଏଥି ସହ ଜମୁଥିବା ପାଣି ଯୋଗୁଁ ସେହି ଛକରେ ଅନେକ ସମୟରେ ଟ୍ରାଫିକ ସମସ୍ଯା ମଧ୍ୟ ସୃଷ୍ଟି ହେଉଛି। ତେବେ ଏଥିପ୍ରତି ଏନ୍ଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।