May 11, 2026

ବାଇକ୍ ଧକ୍କାରେ କୃଷ୍ଣସାର ମୃଗ ମୃତ 

IMG-20250222-WA0044
Share

 

ବୁଗୁଡ଼ା : ତା ୨୨/୦୨/୨୫ : ବୁଗୁଡ଼ା-ବାଲିପଦର ରାସ୍ତାରେ ବାଙ୍କେଶ୍ଵରୀ ମନ୍ଦିର ନିକଟରେ ଏକ କୃଷ୍ଣସାର ମୃଗ ବାଇକ୍ ଧକ୍କାରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ପ୍ରକାଶ ଯେ, ଆଜି ସନ୍ଧ୍ୟାରେ ଏକ ମାଈ କୃଷ୍ଣସାର ମୃଗ ଦ୍ରୃତ ଗତିରେ ରାସ୍ତା ପାରି ହେଉଥିବା ବେଳେ ବାଇକ୍ ସହ ଧକ୍କା ହୋଇଥିଲା ।ଦୁର୍ଘଟଣାରେ ମୃଗଟି ଘଟଣା ସ୍ଥଳରେ ହିଁ ମୃତ୍ଯୁ ବରଣ କରିଥିଲା। ଏ ନେଇ ଖବର ପାଇବା ପରେ ବନ ବିଭାଗ ପକ୍ଷରୁ ମୃତ ମୃଗଟିକୁ ଘଟଣା ସ୍ଥଳରୁ ଉଦ୍ଧାର କରି ସ୍ବକାର୍ଯ୍ଯାଳୟ ହତା ପରିସରରେ ପୋତି ଦିଆଯାଇଥିବା ଜଣାଯାଇଛି।