May 10, 2026

ସଜନା ଗଛରୁ ନାଡି ତୋଳୁ ଥିବା ବେଳେ ବିଦ୍ୟୁତ୍ ଆଘାତରେ ଜଣେ ମୃତ..

hand
Share

 

ବାଲେଶ୍ଵର(ଶେଖ୍ ନାଜିମ୍) ବାଲେଶ୍ଵର ଶିଳ୍ପାଞ୍ଚଳ ଥାନା ଅର୍ନ୍ତଗତ ଅଙ୍ଗାର ଗଡିଆ ଉଦୟନଗର ଠାରେ ଜଣେ ବ୍ୟକ୍ତି ସଜନା ଗଛ ରୁ ନାଡି ବିଛାଇଥିବା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି।ମୃତ ବ୍ୟକ୍ତି ହେଲେ ଜଳେଶ୍ଵର ଥାନା ନାମକନା ଅଞ୍ଚଳର ସତ୍ୟରଞ୍ଜନ ଦାସ(୬୦)।ସୂଚନା ଥାଉକି,ସତ୍ୟରଞ୍ଜନ ଶନିବାର ପୂର୍ବାହ୍ନରେ ଉଦୟନଗର ର ଜୈନିକ ବ୍ୟକ୍ତିଙ୍କ ଘରକୁ କାମ କରିବାକୁ ଆସି ସଜନା ଗଛରୁ ନାଡି ତୋଳୁ ଥିବା ବେଳେ ପାଖରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ।ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂପର୍କରେ ଶିଳ୍ପାଞ୍ଚଳ ଥାନାରେ ଏକ ମାମଲା ରୁଜୁ ହୋଇ ମୃତଦେହକୁ ବ୍ୟବଚ୍ଛେଦ କରିବା ସହ ତଦନ୍ତ ଜାରି ରହିଛି।