April 28, 2026

ଗଜପତି:- ନୂତନ ସରକାରୀ ଓକିଲମାନଙ୍କର କାର୍ଯ୍ୟରେ ଯୋଗଦାନ

IMG-20260122-WA0106
Share

 

 

ଗଜପତି ଜିଲ୍ଲାର ଥିବା ବିଭିନ୍ନ ନ୍ୟାୟାଳୟରେ ବହୁଦିନ ଧରି ଖାଲି ପଡି ରହିଥିବା ସରକାରୀ ଓକିଲ’ଙ୍କ ପଦଵୀରେ ଆଇନ ବିଭାଗର ନିର୍ଦ୍ଦେଶ କ୍ରମେ ନୂତନ ସରକାରୀ ଓକିଲ’ଙ୍କ ନିଯୁକ୍ତି ହୋଇଛି ।

ସୂଚନାଯୋଗ୍ୟ ଯେ , ପୂର୍ବ ସରକାର’ଙ୍କ ସମୟରେ ନିଯୁକ୍ତି ପାଇଥିବା ସରକାରୀ ଓକିଲ’ଙ୍କ କାର୍ଯ୍ୟକାଳ ସରିବା ପରେ ଏବଂ ନୂତନ ସରକାର ଆସିବା ପରେ ନୂତନ ଭାବେ ପ୍ୟାନେଲ ଭିତ୍ତିକ ସରକାରୀ ଓକିଲ ନିଯୁକ୍ତି କରିବା ନିମନ୍ତେ ଚାରିଆଡ଼େ ଦାବି ଉଠିଥିଲା । ପରେ ଏହି କଥାକୁ ହୃଦୟଙ୍ଗମ କରି ଆଇନ ବିଭାଗ ରାଜ୍ୟର ସବୁ ନ୍ୟାୟାଳୟରେ ପର୍ଯ୍ୟାୟ କ୍ରମେ ପ୍ୟାନେଲ ଭିତ୍ତିକ ସରକାରୀ ଓକିଲ’ଙ୍କ ନିଯୁକ୍ତି କରିଥିଲେ ।

ସେହି କ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ଅଦାଲତରେ ସରକାର’ଙ୍କ ପକ୍ଷରୁ ପକ୍ଷ ରଖିବା ନିମନ୍ତେ ୧୯ଜଣ ଓକିଲ’ଙ୍କୁ ସରକାରୀ ଓକିଲ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।

ଏହି ନିଯୁକ୍ତି ଖବର ଆସିବା ପରେ ସମସ୍ତ ନବ ନିଯୁକ୍ତ ସରକାରୀ ଓକିଲ ତା:- ୨୦-୦୧-୨୦୨୬ ରିଖ ଦିନ ସକାଳ ୧୦ଘଟିକା ସମୟରେ ପୋକ୍ସ କୋର୍ଟର ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଭାବେ ନିଯୁକ୍ତି ପାଇଥିବା ତଥା ପାରଳାଖେମୁଣ୍ଡି ଓକିଲ ସଂଘର ସେକ୍ରେଟାରୀ ଶ୍ରୀ ଏମ୍: ପୃଥ୍ୱୀରାଜ’ଙ୍କ ନେତୃତ୍ୱରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ’ଙ୍କ ଆଶୀର୍ବାଦ ଭିକ୍ଷା କରିବା ପରେ ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ରାଜେଶ କୁମାର ମିଶ୍ର’ଙ୍କ ଉପସ୍ଥିତିରେ ଜିଲ୍ଲାପାଳ’ଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନିନ୍ଦ୍ର ହୋନ୍ନାଗା’ଙ୍କୁ ନିଜର ନିଯୁକ୍ତି ପତ୍ର ଦେଇ କାର୍ଯ୍ୟରେ ଯୋଗଦାନ କରିଥିଲେ ।

ଏହାପରେ ଜିଲ୍ଲା ଅଭିଯୋଜନ କାର୍ଯ୍ୟାଳୟରେ ଅଭିଯୋଜନ ବିଭାଗର ଉପନିର୍ଦେଶକ ଶ୍ରୀ ଅଜିତ ପଟ୍ଟନାୟକ , ଭାରପ୍ରାପ୍ତ ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ରାଜେଶ କୁମାର ମିଶ୍ର ତଥା ସହାୟକ ଅଭିଯୋଜନ ଅଧିକାରୀ ଶ୍ରୀ ଡ଼ି: ଅନୁପରାଜ ଆଚାରୀ’ଙ୍କ ଅଧ୍ୟକ୍ଷତାରେ ଏକ ସଂକ୍ଷିପ୍ତ ବୈଠକ ଅନୁଷ୍ଠିତ ହୋଇଥିଲା ଓ ଶ୍ରୀ ପଟ୍ଟନାୟକ ସମସ୍ତ’ଙ୍କୁ ଅଭିଯୋଜନ ବିଭାଗ’କୁ ସ୍ୱାଗତ ଜଣାଇ ସୁଚାରୁରୂପେ କର୍ତ୍ତବ୍ୟ ସମ୍ପାଦନ କରିବା ଉପରେ ନିଜର ବକ୍ତବ୍ୟ ରଖିଥିଲେ ।

ସେହି କ୍ରମରେ ଆଜି ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ନବ ନିଯୁକ୍ତ ସରକାରୀ ଓକିଲମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା’ଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତ କରିବା ସହ ଜିଲ୍ଲା’ର ଆଇନଶୃଙ୍ଖଳା ପରିସ୍ଥିତି ଉପରେ ବିଶେଷ ଭାବେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲା’ର ଅଭିଯୋଜନ ବିଭାଗ ପୂର୍ବ ଅପେକ୍ଷା ଆହୁରି ସୁଦୃଢ଼ ହୋଇଛି ବୋଲି ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡା ନିଜର ମନ୍ତବ୍ୟ ପ୍ରଦାନ କରିବା ସହ ସମସ୍ତ ନବ ନିଯୁକ୍ତ ସରକାରୀ ଓକିଲ’ଙ୍କୁ ନିଷ୍ଠାପର ଭାବେ କର୍ତ୍ତବ୍ୟ ସମ୍ପାଦନ କରିବା ସହ ନୂତନ ଅପରାଧିକ ଆଇନ ଅନୁଯାୟୀ କିପରି ଜଣେ ପୀଡ଼ିତ’ଙ୍କୁ ତ୍ୱରିତ ନ୍ୟାୟ ମିଳିପାରିବ ସେ ନେଇ ଯଥା ସମ୍ଭବ ଚେଷ୍ଟା କରିବା ନିମନ୍ତେ ସମସ୍ତ ସରକାରୀ ଓକିଲ’ଙ୍କୁ ପରାମର୍ଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ , ଅଦ୍ୟାବଧି ୧୯ଜଣ ସରକାରୀ ଓକିଲ’ଙ୍କ ମଧ୍ୟରୁ ୧୬ଜଣ ସରକାରୀ ଓକିଲ ଭାବେ କାର୍ଯ୍ୟରେ ଯୋଗଦାନ କରି ବିଭିନ୍ନ ଅଦାଲତରେ କାର୍ଯ୍ୟ ଆରମ୍ଭ କରିଛନ୍ତି ।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————-

You may have missed