April 29, 2026

କର୍ତ୍ତବ୍ୟନିଷ୍ଠ ଅଧକ୍ଷ ଡକ୍ଟର ଶେଷାନନ୍ଦ ମିଶ୍ର ଙ୍କୁ ସମ୍ମାନିତ କୋଟପାଡ଼ ମହାବିଦ୍ୟାଳୟ ରେ 46ତମ ବାର୍ଷିକ ଉତ୍ସବ

IMG-20260122-WA0105
Share

 

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ମହାବିଦ୍ୟାଳୟ ପରିସର ରେ ବିଦ୍ୟାଳୟ ର 46 ତମ ବାର୍ଷିକ ଉଚ୍ଚବ ଅନୁଷ୍ଠିତ ହେଇଯାଇଛି l ଏଥିରେ ମୁଖ୍ୟ ଅଥିତି ରୂପେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇଥିବା ବେଳେ ସମ୍ମାନୀୟ ଅଥିତି ରୂପେ ସ୍ଥାନୀୟ ବିଧାୟକ ରୂପୁ ଭତ୍ରା, ମୁଖ୍ୟ ବକ୍ତା ରୁପେ ଡକ୍ଟର ବିଜୟ ମିଶ୍ର, ସାଂସଦ ପ୍ରତିନିଧି ଚନ୍ଦ୍ର ଶେଖର ଦାସ, ମହାବିଦ୍ୟାଳୟ ର ଅଧକ୍ଷ ଡ଼କ୍ଟର ଶେଷଆନନ୍ଦ ମିଶ୍ର ପ୍ରମୁଖ ପ୍ରଦୀପ ଉଜ୍ବଳନ କରି ମଂଚାସନ କରିଥିଲେ l ପ୍ରଥମେ ଛାତ୍ରୀ ମାନେ ସଙ୍ଗୀତ ଗାନ କରି ଅଥିତି ମାନଙ୍କୁ ସ୍ୱାଗତ କରିଥିବା ବେଳେ ଅଧକ୍ଷ ବିଦ୍ୟାଳୟ ର ପ୍ରତିଷ୍ଠା ସହ ନିରିବିଛିନ୍ନ ଦୀର୍ଘ ସମୟ ଧରି ଶିକ୍ଷା ପ୍ରଦାନ କରଥିବା ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ମାନପତ୍ର ସହ ଉପ ଢୌକନ ଦେଇ ସୋମ୍ମାନିତ କରି ଥିଲେ, ଏଥିରେ ଅବସର ପ୍ରାପ୍ତ ଅଧ୍ୟ୍ୟପକ ପ୍ରଦୀପ ଭୋଟ, ସୁରେଶ ବେହେରା, ବିଜୟ ମିଶ୍ର, ସୁଧାଂଶୁ,ଦାସ, ହେମଲତା ଆଚର୍ଯ୍ୟ, ଅନ୍ତର୍ଯ୍ୟମି ସାହୁ , ଯୁଗନ ସାହୁଙ୍କୁ ଏଭଳି ଅନେକ ଅଧ୍ୟ୍ୟାପକ ମାନେ ନିଜ ଅବସର ଶେଷ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରି ଏହି ଅଞ୍ଚଳର ଯୁବକ ଯୁବତୀ ମାନଙ୍କୁ ଉଚ୍ଚ ଶିଖରେ ପର୍ଯ୍ୟନ୍ତ ପହଁଞ୍ଚେଇ ଥିବାରୁ ଏମାନଙ୍କ ଠାରେ ଚିର ଋଣୀ ବୋଲି ଉପସ୍ଥିତ ପୁରାତନ ଛାତ୍ର ଛାତ୍ରୀ ପରିପ୍ରକାଶ କରିଥିଲେ l ସେଭଳି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର ଅଧ୍ୟ୍ୟାପକ ଆକାଶ କୁମାର ପତି ବିଦ୍ୟାଳୟ ର ବିବରାଣୀ ପାଠ କରିଥିବା ବେଳେ ଅଧକ୍ଷ କାର୍ଯ୍ୟକ୍ରମ କୁ ପରିଚାଳନା କରିଥଲେ ମୁଖ୍ୟ ଅତିଥି ଶ୍ରୀ ଗଣ୍ଡ କହିଥିଲେ ବର୍ତ୍ତମାନ ସମୟରେ ଆମେ ଯେଉଁ ବିଦ୍ୟାଳୟ ମାନଙ୍କରେ ଅଧ୍ୟ୍ୟାନ କିରୁଥିଲୁ ସେଠାରେ ଆମେ ଅଥିତି ସେହି ପୁରୁଣା ଗୁରୁ ମାନେ ଅଛନ୍ତି, ଆମସମୟରେ ଯେଉଁ ଅସୁବିଧା ହେଉଥିଲା ବର୍ତ୍ତମାନ ସେଗୁଡିକ ପ୍ରତ୍ୟକ ଅନୁଷ୍ଠାନ ରେ କିଛି କିଛି ସମାଧାନ ହେବାରେ ଲାଗିଛି ଆଗକୁ ଆହୁରି ଉନ୍ନତି ମୂଳକ ପଦକ୍ଷପ ନେବାସକାଶେ ପ୍ରସ୍ତୁତ ରହିଚୁ ବୋଲି କହିବା ସହ ଛାତ୍ରଛାତ୍ରୀ ମାନଙ୍କ ଆବାସିକ ହଷ୍ଟେଲ ନିର୍ମାଣ ନିମନ୍ତେ 7 କୋଟି ଟଙ୍କା ଅନୁଦାନ ଦେବା ନିମନ୍ତେ ପ୍ରତିଶୃତି ଦେଇଥିଲେ l ମୁଖ୍ୟ ବକ୍ତା ଶ୍ରୀ ମିଶ୍ର କହିଥିଲେ ଯୁବ ସମାଜରେ ଶିକ୍ଷା ଏମିତିକା ଅସ୍ତ୍ରୋ ମଣିଷକୁ ବହୁ ଉଚ୍ଚ ସ୍ଥାନକୁ ନେବାରେ ସହଯୋଗ କରିଥାଏ, ଏଥିସହ ଶିକ୍ଷା ପାଇବା ସକାଶେ ପରିବେଶ ସହ ଆଧୁନିକ ଯୁଗରେ ନୂଆଁ ନୂଆଁ ଟେକନଲୋଜି ସହ ଜଡିତ ହେବାସହ ନୀତିଗତ ଅଧ୍ୟ୍ୟାନ କରିବାକୁ ପଡିଥାଏ ଏବଂ ଗୁରୁଙ୍କୁ ସମ୍ମାନ ସହ ଆପଣର କରିବାକୁ ହୁଏ l ଆଜିକା ଛାତ୍ର ଛାତ୍ରୀ ଆଗାମୀ ଦିନରେ ଦେଶର ଭବିଷ୍ୟତ ତେଣୁ ବର୍ତ୍ତମାନ ସମୟକୁ ଦୁରୁପଯୋଗ ନ କରି ସଦଉପଯୋଗୀ କଲେ ନିଶ୍ଚିତ ଶିଖର ଛୁଇଁ ହେବ ବୋଲି କହିଥିଲେ I ଏହି ମହାବିଦ୍ୟାଳୟ ର କର୍ତ୍ତବ୍ୟ ପରାୟଣ ତଥା କର୍ତ୍ତବ୍ୟ ନିଷ୍ଠ ଅଧକ୍ଷ ଡକ୍ଟର ଶେଷା ନନ୍ଦ ମିଶ୍ର ଙ୍କୁ ଶ୍ରୀ ଗୁପ୍ତେଶ୍ୱର ନାୟକ ଓ ସସ୍ମିତା ନାୟକ ଶ୍ରୀ ଗଣେଶ ମୂର୍ତ୍ତି ପ୍ରଦାନ କରି ସମ୍ମାନିତ କିରିଥିଲେ. ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଂସ୍କୃତି କ କାର୍ଯ୍ୟକ୍ରମ ଅନୁଷ୍ଠିତହେଇଥିବା ବେଳେ ଅଧ୍ୟ୍ୟା ପିକା ମାଳବିକା ପଟନାୟକ ଧନ୍ୟବାଦଅର୍ପଣ କରିଥିଲେ l ଏବଂ ସତାଧିକ ଛାତ୍ର ଛାତ୍ରୀ ଓ ମହା ବିଦ୍ୟାଳୟ ର ସମସ୍ତ କର୍ମଚାରି ଉପସ୍ଥିତ ଥିଲେ l କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ସମାଚାର