ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତିକୁ ଆଉ ବରଦାସ୍ତ କରାଯିବନି :- ନବନିର୍ମାଣ କୃଷକ ସଂଗଠନ l ( ଗୋପ ରେ ଚାଷୀମାନଙ୍କୁ ନେଇ ବିଶାଳ ସମାବେଶ କଲା ନବନିର୍ମାଣ କୃଷକ ସଂଗଠନ )

ଗୋପ :- ତତ୍କାଳୀନ ସରକାର ଙ୍କ ସମୟରେ ଚାଷୀମାରଣ ନୀତି ଓ ଏକଛାତ୍ରବାଦ ବିରୁଦ୍ଧରେ କୃଷକ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରତେକ ଜିଲ୍ଲା ରେ ରଣହୁଙ୍କାର ଦେଇଥିଲେ l ରାଜ୍ୟ ସେଥିପାଇଁ 24 ବର୍ଷ ର ସରକାର କୁ ଗାଦିଚ୍ୟୁତ କରିଥିଲେ ସାଧାରଣ ଜନତା ଓ ଚାଷୀ ମୂଲିଆ l ଏବେ ରାଜ୍ୟ ରେ ନୂତନ ସରକାରଙ୍କ ଚାଷୀମାରଣ ନୀତି କୁ ଆଉ ବରଦାସ୍ତ କରାଯିବ ନାହିଁ । ସରକାର ଯଦି ଏହି ନୀତି ବନ୍ଦ ନକରନ୍ତି ଏବଂ ଚାଷୀଙ୍କ ସମସ୍ୟା ସମାଧାନ କ୍ଷେତ୍ର ଯତ୍ନବାନ ନହୁଅନ୍ତି ତେବେ ଆଗାମୀ ଦିନରେ ରାଜ୍ୟ ତଥା ଦେଶବ୍ୟାପୀ ଚାଷୀ ଆନ୍ଦୋଳନ ତୀବ୍ରତର ହେବ ।
ସେଥିପାଇଁ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ସମ୍ପର୍କ ଗୋପ ଠାରେ ଆୟୋଜିତ ଚାଷୀ ସମାବେଶ ରେ ରାଜ୍ୟ ସଭାପତି ଏକ ସାମ୍ବାଦିକ ସମ୍ମିଳନୀ ରେ ସ୍ପଷ୍ଟ କରିଥିଲେ ।
ଆସନ୍ତା ୨୮ ତାରିଖରେ ଏହାର ଏକ ଝଲକ ସାରା ରାଜ୍ୟରେ ଚାଷୀମାନେ ଦେଖାଇବେ ବୋଲି ବୁଧବାର ଗୋପ ଠାରେ ଥିବା ମା ଦଶମଲ୍ଲୀ ଠାକୁରାଣୀଙ୍କ ନିକଟରେ ନବ ନିର୍ମାଣ କୃଷକ ସଂଗଠନ ଗୋପ ବ୍ଲକ ପକ୍ଷରୁ ଆୟୋଜିତ ହୋଇଥିବା ବିଶାଳ ଚାଷୀ ସମାବେଶରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ମତବ୍ୟକ୍ତ କରିଥିଲେ। ଏହି ସମାବେଶରେ ସରକାର କାଟନି ଛଟନି ବନ୍ଦ କରି ଧାନର ଉଚିତ ମୂଲ୍ୟ ଦେବା, ଏଫଏକ୍ୟୁ ମାନ କୋହଳ କରିବା, ସଠିକ୍ ସମୟରେ ମଣ୍ଡି ଖୋଲି ଚାଷୀମାନଙ୍କୁ ଦଲାଲଙ୍କ ଶୋଷଣରୁ ମୁକ୍ତି କରିବା, ସହଳ ସୁବିଧା ଓ କମ୍ ମୂଲ୍ୟରେ ଚାଷୀମାନଙ୍କୁ ସଠିକ ସମୟରେ ସାର ବିହନ ଯୋଗାଇ ଦେବା ଆଦି ଚାଷୀମାନଙ୍କ ବିଭିନ୍ନ ସମସ୍ୟାକୁ ଆଖ୍ ଆଗରେ ସରକାର ଚାଷୀମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା ପାଇଁ ଚାଷୀମାନଙ୍କ ପକ୍ଷରୁ ସରକାରଙ୍କ ନିକଟରେ ଦାବି ହୋଇଥିଲା।
ଏଥିରେ ସ୍ଥାନୀୟ ଅଞ୍ଚଳ ବରିଷ୍ଠ ବ୍ୟକ୍ତି ବିଶେଷ ମାନେ ଯୋଗ ଦେଇଥିଲେ l ସେମାନଙ୍କ ମଧ୍ୟରୁ ଶିକ୍ଷାବିତ୍ ଗଗନ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାଙ୍ଗଠନିକ ବୈଠକରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ରାଜ୍ୟ ଯୁବ ଛାତ୍ର ସଭାପତି ମନୋହର ଅଲ୍ଲୀ, ପୁରୀ ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ତଥା ଗୋପ ବ୍ଲକ ନୂଆଖୋଲମରା ପଞ୍ଚାୟତ ସରପଞ୍ଚ ଉପେନ୍ଦ୍ର କାନୁନଗୋ, ଗୋପ ବ୍ଲକ ଛାତ୍ର ନେତା ବୁଟୁନା ସେନାପତି, ଚାଷୀନେତା ଆର୍ତ୍ତତ୍ରାଣ ପରିଡା , ତପନ କୁମାର ପରିଡା, ଲୁଲିଆ ନାୟକ, ଆର୍ତ୍ତବନ୍ଧୁ ପ୍ରଧାନ, ଅଜୟ ସ୍ୱାଇଁ, ସନ୍ତୋଷ ସେଠି, ଅକ୍ଷୟ ବରାଳ, ପ୍ରମୋଦ ରାଉତରାୟ ବିମ୍ବାଧର ବରାଳ, ଭୀମସେନ ସ୍ବାଇଁ, ଫକନ ଜେନା, ରଶ୍ମିରଞ୍ଜନ ରାଉତରାୟ,ସରୋଜ ପଟ୍ଟନାୟକ, କାଳନ୍ଦୀ ସେଠୀ, ଦୀପ୍ତି ରଞ୍ଜନ ସେଠୀ,ମଧୁ ସୂଦନ ଭୋଳ ପ୍ରମୁଖ ଯୋଗଦେଇ ଚାଷୀଙ୍କ ହକ୍ ପାଇଁ ସରକାର ମତ ପରିବର୍ତ୍ତନ ନକଲେ ଆଗାମୀ ଦିନରେ ଲଢେଇ ଜାରି ରହିବ ବୋଲି ଆଲୋକପାତ କରିଥିଲେ I ଏହି ସମାବେଶରେ ୪ଶହରୁ ଉର୍ଦ୍ଧ ଚାଷୀ ଯୋଗଦେଇଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
