April 25, 2026

ଚଡେଇଗାଁ ଠାରେ ଶ୍ୟାମପ୍ରସାଦ ମୁଖାର୍ଜୀ ଙ୍କ 125 ତମ ଜନ୍ମବାର୍ଷିକୀ ଅନୁଷ୍ଠିତ

IMG-20260122-WA0065
Share

 

ଗୋପ :- ପୁରୀ ଜିଲ୍ଲାର ଗୋପ ବ୍ଲକ ଅଧିନସ୍ତ କୁଆଁପଡ଼ା ପଞ୍ଚାୟତ ର ଚଡେଇଗାଁ ଶ୍ରୀଜଗନ୍ନାଥ ନୋଡାଲ ଉଚ୍ଚବିଦ୍ୟାଳୟ ପରିସରରେ, ଭାରତ କେଶରୀ ଶ୍ୟାମପ୍ରସାଦ ମୁଖାର୍ଜୀ ଙ୍କ 125 ତମ ଜନ୍ମବାର୍ଷିକ ଅନୁଷ୍ଠିତ l ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାୟ ଏବଂ ରାଜ୍ୟର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ” ସୁଧା ” ର ମିଳିତ ଆନୁକୂଲ୍ୟରେ ଶ୍ରୀଜଗନ୍ନାଥ ନୋଡାଲ ଉଚ୍ଚବିଦ୍ୟାଳୟ ରେ ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା l ଏହା ଗତ 16 ତାରିଖ ଠାରୁ 22 ତାରିଖ ପଯ୍ୟନ୍ତ ବିଭିର୍ନ୍ନ ବିଦ୍ୟାଳୟମାନଙ୍କରେ ଆୟୋଜିତ ହେଵ l ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅସିତ କୁମାର ଦାଶ ଏବଂ ପ୍ରଧାନଶିକ୍ଷକ ଶ୍ରୀ ରମାକାନ୍ତ ସେଠୀ ଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ଶ୍ରୀ ଦାଶ ଭାରତ କେଶରୀ ଶ୍ରୀ ଶ୍ୟାମପ୍ରସାଦ ମୁଖାର୍ଜୀ ଙ୍କ 125 ତମ ଜନ୍ମବାର୍ଷିକୀ ଉପଲକ୍ଷେ ତ୍ୟାଗପୁତ ଜୀଵନ ତଥା ଦେଶପ୍ରେମୀ ବିଷୟରେ ଏକ ଆଲୋଚନାଚକ୍ର ର ଆୟୋଜନ କରିଥିଲେ l ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା ଓ ରଚନା ଏବଂ ଚିତ୍ରାଙ୍କନ ପ୍ରତିଯୋଗୀତା କରାଯାଇଥିଲା l ଶ୍ରେଷ୍ଠ କୃତି ପ୍ରତିଯୋଗି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ “ସୁଧା ” ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ମିଶ୍ର ପରିଚାଳନା କରିଥିଲେ l ପରିଶେଷରେ ଶ୍ରୀ ରମେଶ ଚନ୍ଦ୍ର ପଡ଼ିଆରୀ ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟ ର ମଞ୍ଚ ପରିଚାଳନା କରିଥିଲେ ଶ୍ରୀମତୀ ଲଷ୍ମୀପ୍ରିୟା ପଲାଇ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ