April 25, 2026

କାଦୁଆପଡା ସେବା ସମବାୟ ସମିତି ଲିଃ ରେ ଧନ ମଣ୍ଡି ଉଦଘାଟିତ

IMG-20260122-WA0029
Share

 

ବୋଲଗଡ଼,(ଉପାନ୍ତ ଖବର):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ କାଦୁଆପଡା ସେବା ସମବାୟ ସମିତି ଲିଃ ରେ ଧାନ ମଣ୍ଡି ଉଦଘାଟିତ ହୋଇଯାଇଛି। ସମବାୟ ସମିତି ର ସଭାପତି ସମ୍ପାଦକ ବିଓ ସେକ୍ରେଟାରୀ ଚାଷୀ ମାନଙ୍କୁ ନେଇ ଶୁଭାରମ୍ଭ କରାଯାଇଛି ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପ୍ରକାରେ ଚଳିତବର୍ଷ ସହାୟତା ରାଶି ପ୍ରଦାନ ପୂର୍ବକ କୁଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଧାନ କିଣିବେ ବୋଲି ମତପୋଷଣ କରିବା ସହ ମଣ୍ଡିରେ ଚାଷୀ ମାନେ ଭଲ ଧାନ ଦେବାକୁ କହିଥିଲେ। ସମବାୟ ସମିତି ରେ ୧୯୫ ଜଣ ଚାଷୀ ପଞ୍ଜୀକୃତ କରିଥିବା ବେଳେ ୨୯ ଜଣ ଚାଷୀଙ୍କର ଟୋକନ ଆସିଛ। ୨୦ଜଣ ଚାଷୀଙ୍କ ଠାରୁ ୪୪୮କୁଇଣ୍ଟାଲ ଧାନ କ୍ରୟ କରାଯାଇଥିଲା। ଏହି ଶୁଭ ଉଦଘାଟନ ପଞ୍ଚାୟତର ସମସ୍ତ ଚାଷୀ କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed