May 11, 2026

ଭଞ୍ଜନଗରରେ ଜାତୀୟ ବାଳିକା ଦିବସ ପାଳିତ 

IMG-20250122-WA0084
Share

ଭଞ୍ଜନଗର, ୨୨ ଜାନୁଆରୀ ୨୦୨୫: ଆଜି ଭଞ୍ଜନଗର ବ୍ଳକ୍ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବ୍ଳକ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଏସ୍ ଧନଞ୍ଜୟଙ୍କ ନିର୍ଦ୍ଦେଶ ପ୍ରକାରେ ଏହି କାର୍ଯ୍ୟକ୍ରମକୁ ଏବିଇଓ ତଥା ବିଆରସିସି ଶ୍ରୀ ସୂର୍ଯ୍ୟ ନାଇକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ବାଳିକା ଶିକ୍ଷା, ବାଳିକା ଆତ୍ମ ନିର୍ଭରଶୀଳତା, ବାଳିକା ଆତ୍ମ ସୁରକ୍ଷା, ନାରୀ ସଶକ୍ତିକରଣ ତଥା ସୁଦୃଢ଼ୀକରଣ, କନ୍ୟା ରତ୍ନ ସଂରକ୍ଷଣ ତଥା ଅନ୍ୟାନ୍ୟ ଶୈକ୍ଷିକ ଦିଗ ଉପରେ ତଥ୍ୟ ପ୍ରଦାନ କରିଥିଲେ। ଏବିଇଓ ଶ୍ରୀ ଗଜେନ୍ଦ୍ର କୁମାର ସେଠୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ବାଳିକା ଛାତ୍ରୀ ମାନଙ୍କୁ ନେଇ ନାରୀ ସୁରକ୍ଷା ଉପରେ ବିଭିନ୍ନ ପ୍ରତିଯୋଗିତା ଯଥା ପ୍ରବନ୍ଧ, ଚିତ୍ରାଙ୍କନ ଓ ସ୍ଲୋଗାନ ଲିଖନ ଆୟୋଜନ କରାଯାଇଥିଲା। ବିଚାର ପତି ଏବଂ ଉପସ୍ଥିତ ଶିକ୍ଷକ ଓ ସିଆରସିସିଙ୍କ ଗହଣରେ ଏବିଇଓ ଶ୍ରୀ ଚରଣ ବେହେରା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରି ସମ୍ମାନୀତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ; ପ୍ରଦୀପ କୁମାର ସାସମଲ, ମନୋଜ କୁମାର ଗୌଡ଼, ରମେଶ ବେହେରା, ସନ୍ତୋଷ ରଥ, ସୋନିକା କୁମାରୀ ଗୌଡ଼ ଏବଂ କାଳୀଚରଣ ନାୟକ ବିଚାରପତି ରୂପେ କାର୍ଯ୍ୟ ନିର୍ବାହ କରିଥିଲେ।ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ, ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପାଣ୍ଡବ ସେଠୀ ଓ ସିଆରସିସି ବିଭୁ ପ୍ରସାଦ, ପୂର୍ବତନ ସିଆରସିସି ନାରାୟଣ ମହାପାତ୍ର, ଶିକ୍ଷକ ସୁଧିର କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ କରିଥିଲେ। ବିଇଓ କାର୍ଯ୍ୟାଳୟ ତରଫରୁ ବିଆରଟି ଅନୀଲ କୁମାର ମୁଦୁଲି ଓ ଚିନ୍ମୟ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ