ରାମମୟ ହୋଇ ଉଠିଛି ବୋଲଗଡ଼ ଅଞ୍ଚଳ…
ବୋଲଗଡ଼, ପ୍ରତେକ ଗ୍ରାମ ଠାରୁ ସହର କେବଳ ରାମ ହିଁ ରାମ , ରାମ ମୟ ହୋଇ ଉଠିଛି ପରିବେଶ ଏହି ପରି ପ୍ରେକ୍ଷୀରେ ପବିତ୍ର ଅଯୋଧ୍ୟା ଧାମରେ ଶ୍ରୀ ରାମଲାଲାଙ୍କ ପବିତ୍ର ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ହୋଇଥିବା ରୁ ସାରା ଭାରତ ବର୍ଷରେ ଚଳ ଚଞ୍ଚଳ ଓ ଉତ୍ସବ ମୁଖର ହୋଇଉଠିଛି। ଏହି ଅବସରରେ ବୋଲଗଡ଼ ବ୍ଲକ୍ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ପ୍ରତ୍ୟେକ ରାମ ମନ୍ଦିର , ହନୁମାନ ଙ୍କ ମନ୍ଦିର ରେ ଭକ୍ତମାନେ ହୋମ ଓ ପୂଜା ପାଠ କରିବା ସହ ହନୁମାନ ଚାଳିଶା ପାଠ ଓ ନାମ ସଂକୀର୍ତ୍ତନ କରା ଯାଇଛି। ସେହିପରି ପ୍ରତେକ ଘରେ ଘରେ ଦୁଆରେ ସୁଦ୍ଧ ପୁତ ଭାବେ ପୁର୍ଣକଳସ ସ୍ଥାପନ କରି ଦିପଜାଳି ଛନ୍ତି। ଯାହା କି ପ୍ରତେକ ଗ୍ରାମରେ ଉତ୍ସବ ମୁଖର ହୋଇ ଉଠିଛି।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)