June 21, 2026

ମୋହନା ବ୍ଲକ ଅଡବା ଜଙ୍ଗଲରୁ ରାଜ୍ୟ ବାହାରକୁ ଚାଲାଣ ପାଇଁ ଗଛିତ ଥିବା ମୂଲ୍ୟବାନ କାଠଗଣ୍ଡି ଜବତ  

IMG-20241121-WA0029
Share

 

 

ପାରଳାଖେମୁଣ୍ଡି:୨୧/୧୧(ଗରୁଡ଼ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର ମୋହନା ବନାଞ୍ଚଳରେ ଚୋରାକାଠ ବ୍ୟବସାୟୀମାନେ ରାଜ୍ୟ ବାହାରକୁ ଚାଲାଣ ପାଇଁ ଲୁକାୟିତ ଭାବେ ରଖା ଯାଇଥିବା ମୂଲ୍ୟବାନ କାଠ ଗଣ୍ଡିଗୁଡିକୁ ବନ ବିଭାଗ ତରଫରୁ ଜବତ କରାଯାଇଥିବା ଜଣାପଡିଛି. ଏହି ଘଟଣା ନେଇ କେଉଁମାନେ ଅନ୍ତର୍ଭୁକ୍ତ ସେମାନଙ୍କ ବିରୋଧରେ ଉଚିତ ପଦକ୍ଷେପ ପାଇଁ ବନ ବିଭାଗ ଅନୁଧ୍ୟାନ ଜାରୀ ରଖିଛନ୍ତି ସୂଚନାଯୋଗ୍ୟଯେ ପାରଳାଖେମୁଣ୍ଡି ଡିଏଫଓ ଏସ.ଆନନ୍ଦ ସମଗ୍ର ଗଜପତି ଜିଲ୍ଲାରେ ବନ ସମ୍ପଦର ସୁରକ୍ଷା ଚୋରା କାଠ ଚାଲାଣକୁ ରୋକିବା ପାଇଁ ପେଟ୍ରୋଲିଂ ବ୍ୟବସ୍ଥାକୁ ଜୋରଦାର କରିବା ପାଇଁ ନିର୍ଦେଶ ଦେଇଛନ୍ତି ଏନେଇ ମୋହନା ବନାଞ୍ଚଳ ଅଧିକାରୀ ସଦଳବଳେ ଅଡ଼ବା ବନାଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ଘଞ୍ଚ ଜଙ୍ଗଲ ମଧ୍ୟରେ ୧୪ଟି ମୂଲ୍ୟବାନ କାଠ ଗଣ୍ଡି ଚୋରାଚାଲାଣ ପାଇଁ ଗଛିତ ଥିବା ଦେଖି ସେଗୁଡିକୁ ଜବତ କରିଛନ୍ତି । ସେଥି ମଧ୍ୟରୁ ୧୧ଟି ଶାଗୁଆନ୍ ଓ ୩ଟି କଶୀ କାଠ ଗଣ୍ଡି ରହିଛି । ଏହାର ଅନୁମାନିକ ବଜାର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉଦ୍ଧୃ ହେବ ବୋଲି ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ କହିଛନ୍ତି । ମୋହନା ବ୍ଲକ ଡମ୍ବଗୁଡ଼ା ପଞ୍ଚାୟତ ଅଧୀନ ଅଡ଼ବା ବନାଞ୍ଚଳର ସୀମାନ୍ତବର୍ତ୍ତୀ ଖାରିଚୁଆ ଘଞ୍ଚ ଜଙ୍ଗଲ ଭିତରେ କାଠଗଣ୍ଡି ଗୁଡ଼ିକୁ କାଠ ମାଫିଆ ମାନେ ବାହାରକୁ ଚାଲାଣ ପାଇଁ ଲୁଚାଇ ରଖିଥିଲେ । ଶାଗୁଆନ୍ ଓ କଶୀ କାଠଗଣ୍ଡି ଗୁଡିକୁ ଜବତ କରିବାରେ ବିଭାଗ ସଫଳ ହୋଇଛି । ଏହି ଚଢ଼ଉ ସମୟରେ ଅଡ଼ବା ଓ ମୋହନା ବନପାଳଙ୍କ ସହ ଉଭୟ ବନାଞ୍ଚଳର ସମସ୍ତ ଜଙ୍ଗଲ ସୁରକ୍ଷା କର୍ମଚାରୀ ସାମିଲ ରହିଥିବା ଜଣା ପଡିଛି l