June 21, 2026

ଚଟୁଆ ଉଚ୍ଚ ବିଦ୍ୟାଳୟର ଶିକ୍ଷକଙ୍କୁ ଅନତ୍ର ବଦଳି ଓ ନୂତନ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କର ଧାରଣା 

IMG-20241121-WA0019
Share

ଏରସମା ତା ୨୧/୧୧/୨୪, ଏରସମା ବ୍ଲକ ଅନ୍ତର୍ଗତ ଚଟୁଆ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିଶିର କାନ୍ତ ସାହୁଙ୍କୁ ଢ଼ିଙ୍କିଆ ପଞ୍ଚାୟତ ଗୋବିନ୍ଦପୁର ସ୍କୁଲକୁ ଅନତ୍ର ବଦଳି ହୋଇଥିବା ସହିତ  ଚଟୁଆ ଉଚ୍ଚ ବିଦ୍ୟାଳୟକୁ ନୂତନ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ପାଇଁ ଚଟୁଆ ପରିଚାଳନା କମିଟିର ସଭାପତି, ପରିଚାଳନା କମିଟିର ମେମ୍ବରମାନେ , ଅଭିଭାବକ ମାନଙ୍କ ସହିତ ସ୍କୁଲର ଛାତ୍ରଛାତ୍ରୀ ମାନେ ଦୁଇ ଘଣ୍ଟା ଧରି ସ୍କୁଲ ପରିସରରେ ଧାରଣାରେ ବସିଥିଲେ। ସ୍କୁଲର ଛାତ୍ରଛାତ୍ରୀ ମାନେ ଦାବି କରିଥିଲେ ଆମର ଶିକ୍ଷକ ଶିଶିର କାନ୍ତ ସାହୁ ଆମ ସ୍କୁଲକୁ ନ ଆସିବା ପର୍ଯ୍ୟନ୍ତ ଆମ୍ଭେମାନେ କ୍ଲାସକୁ ପାଠ ପଢ଼ିବାକୁ ଯିବୁ ନାହିଁ କି ମଧ୍ୟାହ୍ନ ଭୋଜନ ଖାଇବୁ ନାହଁ। ଆଜି ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ନ ଖାଇକିରି ଘରକୁ ଫେରି ଯାଇଛନ୍ତି। ଚଟୁଆ ଉଚ୍ଚ ବିଦ୍ୟାଳୟରେ ଚଟୁଆ ପ୍ରାଥମିକ ସ୍କୁଲୁ ଯୋଡ଼ି ହୋଇଥିବାରୁ ଚଟୁଆ ସ୍କୁଲର  ୩୭୭ ଜଣ ଛାତ୍ରଛାତ୍ରୀ ମାନେ ପାଠ ପଢ଼ୁଛନ୍ତି। ପାଠ ପଢ଼ାରେ ବାଧାପ୍ରାପ୍ତ ସୃଷ୍ଟି ହୋଇଥିବା ଯୋଗୁଁ ଯଥାଶୀଘ୍ର ଚଟୁଆ ଉଚ୍ଚ ବିଦ୍ୟାଳୟକୁ ନୂତନ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦେବା ସହିତ  ଚଟୁଆ ସ୍କୁଲର ଶିକ୍ଷକ ଶିଶିର କାନ୍ତ ସାହୁଙ୍କୁ ପୂର୍ଣ୍ଣବାର ନିଯୁକ୍ତି କରିବାପାଇଁ ଚଟୁଆ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦେବଦତ୍ତ ସାହାଣୀ, ଆଲୁମିନିୟମ କମିଟିର ସଭାପତି ପ୍ରଶାନ୍ତ କୁମାର ସ୍ୱାଇଁ, ପରିଚାଳନା କମିଟିର ସଦସ୍ୟ ରମେଶ ଚନ୍ଦ୍ର ଗୋଛାୟତ, ମମତା ସ୍ୱlଇଁ, ଦମୟନ୍ତୀ ଗୋଚ୍ଛାୟତ, ସାଜେଦା  ବିବି, ଅଭିଭାବକ ସୁମନ ସ୍ୱlଇଁ, ଟୁଲୁ ନାଥ, ବିମ୍ବାଧର ବିଶ୍ଵାଳ, ଶଶିଭୂଷଣ ମହାନ୍ତି , ମଳୟ ରଞ୍ଜନ ସୂତାର ,ଲୋକନାଥ ଜେନାଙ୍କ ସମେତ ଚଟୁଆ ସ୍କୁଲର ପରିଚାଳନା କମିଟିର ସଦସ୍ୟ ଓ  ଅଭିଭାବକ ମାନେ ଧାରଣାରେ ବସିଛନ୍ତି ।ଜଗତସିଂହପୁର ଜିଲ୍ଲାପାଳ, ଜଗତସିଂହପୁର ଡିଇଓ, ଏରସମା ବିଡ଼ିଓ, ଏରସମା ବିଇଓ ଯଥାଶୀଘ୍ର ଚଟୁଆ ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ଦେବା ସହିତ ଚଟୁଆ ସ୍କୁଲର ଶିକ୍ଷକ ଶିଶିର କାନ୍ତ ସାହୁଙ୍କୁ ପୂର୍ଣ୍ଣବାର ନିଯୁକ୍ତି ନଂ କରିଲେ  ଚଟୁଆ ସ୍କୁଲର ଗେଟକୁ ତାଲା ପକାଇବା ସହିତ ରାଜରାସ୍ତାରେ ଧାରଣରେ ବସିବେ ବୋଲି ପରିଚାଳନା କମିଟିର ମେମ୍ବର ଓ ଅଭିଭାବକ ମାନେ  ଚେତାବନୀ ଦେଇଛନ୍ତି।