July 6, 2024

ବାଇକ୍ ଦୁର୍ଘଟଣାରେ ଯୁବକ ମୃତ

Share

ବାଇକ୍ ଦୁର୍ଘଟଣାରେ ଯୁବକ ମୃତ
ବୁଗୁଡ଼ା : ତା ୨୧/୧୧/୨୩ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ପୋଚାଲୁଣ୍ଡି ଗାଁ ଛକରେ ବାଇକ୍ ଦୁର୍ଘଟଣାରେ ଜନୈକ ଯୁବକ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ମୃତ ଜଣକ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଅଢେଇ ବରଗାଁର ସୁରଥ ଫେରନ୍ତା ଦାଦନ ସୂର୍ଯ୍ୟ ଡାକୁଆ (୨୫) । ପ୍ରକାଶ ଯେ , ସୂର୍ଯ୍ୟ ବାଇକ୍ ଯୋଗେ ଗୋପାଳପୁର ବୁଲିବାକୁ ଯାଉଥିବା ବେଳେ ପୋଚାଲୁଣ୍ଡି ଗାଁ ଛକରେ ସାମନା ପଟୁ ଆସୁଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ସୂର୍ଯ୍ୟ ରାସ୍ତା ଉପରେ ଫୋପାଡ଼ି ହୋଇ ପଡିଥିଲେ ଏବଂ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଘଟଣା ସ୍ଥଳରୁ ସୂର୍ଯ୍ୟଙ୍କୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରି ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା । ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଅନ୍ୟ ବାଇକ୍ ଚାଳକ ଜଣକ ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାଯାଇଛି ।

You may have missed