July 6, 2024

ବାଲିପଦର କଲେଜରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ

Share

ବାଲିପଦର କଲେଜରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ
ବୁଗୁଡ଼ା : ତା ୨୧/୧୧/୨୩ : ବୁଗୁଡ଼ା ବ୍ଲକର ବାଲିପଦର ଗ୍ରାମସ୍ଥ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ଯକ୍ଷ ବିବେକାନନ୍ଦ ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟିତ ଉକ୍ତ କାର୍ଯ୍ୟକ୍ରମରେ ନୋଡାଲ ଅଫିସର ଅମୀୟ କୁମାର ସ୍ବାଇଁ , କ୍ରୀଡା କାର୍ଯ୍ୟକ୍ରମ ସଂଯୋଜକ ଏ.ଜିତେସ୍ ରାଓ ଦୋରା , ସାମାଜିକ କାର୍ଯ୍ୟକ୍ରମ ସଂଯୋଜିକା ମିନତୀ ଆଚାରୀ , ସାସ୍କୃତିକ କାର୍ଯ୍ୟକ୍ରମ ସଂଯୋଜକ ଗୋପୀନାଥ ମହାନ୍ତି ଏବଂ ସହ-ସଂଯୋଜକ/ସଂଯୋଜିକା ପ୍ରେମାନନ୍ଦ ପ୍ରଧାନ , ଭକ୍ତଲତା ମହାପାତ୍ର , ସଲିଲା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ଦେଶର ଭବିଷ୍ୟତ ଯୁବବର୍ଗ ମଧ୍ୟରେ ରହିଥିବା ଲୁକ୍କାୟିତ ପ୍ରତିଭାକୁ ଉନ୍ମୋଚନ କରି ସମାଜରେ ପ୍ରତିଷ୍ଠିତ କରାଇବା ଲକ୍ଷ୍ଯରେ ଆୟୋଜିତ ଉକ୍ତ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ କ୍ରୀଡା ଶିକ୍ଷକ ଭଞ୍ଜ କିଶୋର ଗୌଡଙ୍କ ସମେତ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।

You may have missed