July 6, 2024

ପ୍ରେମ ସମ୍ପର୍କ କୁ ନେଇ ଛୁରା ମାଡ

Share

ପ୍ରେମ ସମ୍ପର୍କ କୁ ନେଇ ଛୁରା ମାଡ

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ପୁରୀ ରୁ ଆସିଥିବା ନୃତ୍ୟ କଳାକାର ଯୁବତୀକୁ ଛୁରା ମାଡ଼, ଯୁବତୀ ଗୁରୁତର ଓ ଯୁବକ ଫେରାର
ଉମରକୋଟ – ପ୍ରେମ ସମ୍ପର୍କ କୁ ନେଇ ଆଜି ଉମରକୋଟ ସହର ରେ ପୁରୀ ରୁ ଆସିଥିବା
ଜଣେ ଯୁବତୀ ନୃତ୍ୟୁ କଳାକାର ଙ୍କୁ ଛୁରୀରେ ଆକ୍ରମଣ କରିଛି ବିଫଳ ପ୍ରେମିକ। ମିଳିଥିବା ସୂଚନା ଅନୁସାରେ ୫ଜଣ ନୃତ୍ୟ କଳାକାର ଯୁବତୀ ମାନେ ପୁରୀରୁ ଆସି ଉମରକୋଟରେ ଏକ ଭଡ଼ା ଘରେ ରହି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ନୃତ୍ୟ ପରିବେଷଣ କରି ଅର୍ଥ ରୋଜଗାର କରୁ ଥିଲେ। ସୋମବାର ଦିନ
ରାତି ପ୍ରାୟ ୮ ଟା ସମୟ ରେ ଉମରକୋଟ ସ୍ଥିତ ଭଡା ଘରେ ଥିବା ସମୟରେ ଘରର ପାଚେରୀ ଡେଇଁ ବିହାର ରାଜ୍ୟର ରୋହିତ ଘରକୁ ପଶି ଆସିଥିଲେ ଏବଂ ଲିପ୍ସା ନାୟକଙ୍କୁ ଛୁରୀରେ ଅତର୍କିତ ଆକ୍ରମଣ କରି ଫେରାର ହେଇ ଯାଇଥିଲେ।ଲିପ୍ସା ଙ୍କ ଚିତ୍କାର ଶୁଣି ଘରଭିତରେ ଥିବା ଅନ୍ୟ ସହ କର୍ମୀ ମାନେ ଆସି ତାଙ୍କୁ ତୁରନ୍ତ ଉମରକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ।ଛୁରୀ ମାଡ଼ରେ ଯୁବତୀ ଙ୍କ ଜଙ୍ଘ, ଛାତି, ବାମ ହାତରେ ଗଭୀର ଆଘାତ ହୋଇଛି।ଘଟଣା ସ୍ଥଳରେ ଉମରକୋଟ ଥାନା ଅଧିକାରୀ ଡମ୍ବୁରୁ ଧର ପ୍ରଧାନ, ଅକ୍ଷୟ ମିଶ୍ର ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।ଛୁରୀ ମାଡ଼ କରି ଯୁବକ ଜଣକ ଫେରାର ରହିଛନ୍ତି।ଯୁବତୀ ଓ ଯୁବକ ଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ପ୍ରେମ ସମ୍ପର୍କ ରହିଥିଲା କିଛିଦିନ ପୂର୍ବରୁ ପ୍ରେମରେ ପୂର୍ଣ ଛେଦ ପଡିବାରୁ ଯୁବକ ଏଥିରେ ରାଗି ଯାଇ ଏହି ଭଳି କାଣ୍ଡ କରିଛନ୍ତି ବୋଲି ଲିପ୍ସା ସୂଚନା ଦେଇଛନ୍ତି। ବର୍ତ୍ତମାନ ଝିଅ ପକ୍ଷ ରୁ ଅନ୍ୟ ସହପାଠୀ ମାନେ ଥାନା କୁ ଯାଇ ଲିଖିତ ଅଭିଯୋଗ କରିଛନ୍ତି।

You may have missed