September 23, 2026

ନିର୍ମମ, ନୃଶଂସ :  ପ୍ରେମିକା ଘରେ ପ୍ରେମିକକୁ ଜୀଅନ୍ତା ଜାଳିଦେଲେ

IMG-20260921-WA0054
Share

 

ଦେବଗଡ଼ ( ଦେବାଶିଷ ଦାଶ )

 

 

ଜଘନ୍ୟ ହତ୍ୟାକାଣ୍ଡ । ପ୍ରେମିକକୁ ନିର୍ମମ ହତ୍ୟା । ପ୍ରେମିକା ଘରେ ଜାଳିଦେଲେ ପରିବାର ଲୋକେ ।ଦେବଗଡ ଜିଲ୍ଲା ରିଆମାଳରେ ଘଟିଛି ଏହି ନିର୍ମମ ହତ୍ୟାକାଣ୍ଡ । ସୂଚନାନୁସାରେ, ପ୍ରେମିକା ଘରେ ପ୍ରେମିକକୁ ହତ୍ୟା କରାଯାଇଛି । ପ୍ରଥମେ ପିଟିପିଟି ରକ୍ତାକ୍ତ କରିବା ପରେ ଏପରି ଅବସ୍ଥାରେ ଜୀବନ୍ତ ଜାଳିଦେଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ ନିକଟସ୍ଥ ବାବରାକୋଟ ଗାଁର ସିଲୁ ରାୟ। ସିଲୁ ବିଳମ୍ବିତ ରାତିରେ ପ୍ରେମିକାଙ୍କୁ ଭେଟିବା ପାଇଁ ରିଆମାଳ ଲକ୍ଷ୍ମୀ ଛକଠାରେ ଥିବା ତାଙ୍କ ବାସଭବନକୁ ଯାଇଥିଲେ । ଏତିକି ବେଳେ ସେମାନଙ୍କ ପରିବାର ଲୋକେ ଦେଖି ଦେଇଥିଲେ। ଏହା ପରେ ସେମାନେ ସିଲୁଙ୍କୁ ଆକ୍ରମଣ କରିବା ସହ ପିଟିପିଟି ରକ୍ତାକ୍ତ କରିଦେଇଥିଲେ । ଏପରିକି ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ଖବରପାଇ ରିଆମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରେମିକାଙ୍କ ସହ ତାଙ୍କ ବାପା ଓ ମାଆଙ୍କୁ ଅଟକ ରଖିଛନ୍ତି।