September 22, 2024

ଉମରକୋଟ ଠାରେ ୬୮ ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗିତା ଉଦଯାପିତ, ବାଳକ ବିଭାଗରେ ନବରଙ୍ଗପୁର ଓ ବାଳିକା ବିଭାଗରେ ଭୁବନେଶ୍ୱର ଚମ୍ପିୟାନ………

Share

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ପ୍ରଥମ ଥର ପାଈଁ ଅନୁଷ୍ଠିତ ହେଇ ଥିବା ୬୮ ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ୍ ପ୍ରତିଯୋଗିତା ଆଜି ମହା ଆଡମ୍ବର ସହକାରେ ଉଦଯାପନୀ ହେଇଯାଇଛି। ବାଳକ ବିଭାଗ ରେ ନବରଙ୍ଗପୁର ଜିଲ୍ଲା ଦଳ ମୟୂରଭଞ୍ଜ କୁ ୨ – ୦ ରେ ପରାସ୍ତ କରି ରାଜ୍ୟ ଚମ୍ପିୟାନ ହେଇ ଥିବା ବେଳେ ବାଳିକା ବିଭାଗ ରେ ଭୁବନେଶ୍ୱର ଦଳ ନବରଙ୍ଗପୁର ଜିଲ୍ଲା କୁ ୧ – ୦ ରେ ପରାସ୍ତ କରି ରାଜ୍ୟ ଚମ୍ପିୟାନ ହେବା ଗୌରବ ହାସଲ କରିଛନ୍ତି। ବାଳକ ଓ ବାଳିକ ବିଭାଗ ର ୨ ଟି ଫାଇନାଲ ମ୍ୟାଚ ଉମରକୋଟ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଇ ଥିଲା। ରାଜ୍ୟର ଶ୍ରେଷ୍ଠ ଖେଳାଳି ଭାବେ ବାଳକ ବିଭାଗରେ ନବରଙ୍ଗପୁର ଜିଲ୍ଲାର ପ୍ରେମ ପୀୟୁଷ ବାଘ, ବାଳିକା ବିଭାଗରେ ଭୁବନେଶ୍ୱରରୁ ଆମ୍ଲେନ୍ ପୂର୍ତ୍ତି, ଶ୍ରେଷ୍ଟ ସ୍କରର ଭାବେ ବାଳକ ବିଭାଗରୁ ନବରଙ୍ଗପୁର ଜିଲ୍ଲାର ହିରଜ ଶାନ୍ତ।, ବାଳିକା ବିଭାଗର ନବରଙ୍ଗପୁର ଜିଲ୍ଲାର ଗଂସାଇ ଗଣ୍ଡ ,ଶ୍ରେଷ୍ଠ ଗୋଲ କିପର
ବାଳକ ବିଭାଗର ମୟୂରଭଞ୍ଜ ଜିଲ୍ଲାର ସାଇବୁ ଟୁଡୁ , ବାଳିକା ବିଭାଗରେ ଭୁବନେଶ୍ୱର ଜିଲ୍ଲାର ବବିତା ପୂର୍ତ୍ତି ମନୋନୀତ ହେଇଛନ୍ତି। ୪ ଦିନ ଧରି ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଇ ଥିବା ବେଳେ ଆଜିର ଉଦଯାପନୀ ଉତ୍ସବରେ ଜିଲ୍ଲପାଳ ଡ଼ ଶୁଭଙ୍କର ମହାପାତ୍ର ସଭାପତିତ୍ୱ କରିଥବା ବେଳେ ମୁଖ୍ୟ ଅତିଥି ମାନ୍ୟବର ଗଣଶିକ୍ଷା ମନ୍ତୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ ଶ୍ରୀଯୁକ୍ତ ମୋତିରାମ ନାୟକ, ଉମରକୋଟ ପୌରଦକ୍ଷ।ରାଧା ଭତ୍ର।, ଉମରକୋଟ ବ୍ଲକ୍ ଅଧକ୍ଷ । ସୁଶୀଳା ମାଝି, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ର ପତି ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା,ଏସ ଏସ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ସିକ୍ଷତ୍ରୀ ଅନୂପୂର୍ଣ୍ଣ। ତ୍ରିପାଠୀ, ନବରଙ୍ଗପୁର ଜିଲ୍ଲା ର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ରାଜ୍ୟ ଶାରିରୀକ ଶିକ୍ଷା ଉପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ପରିଡା, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଭାତ କୁମାର ପଟ୍ଟନାୟକ ପ୍ରମୁଖ ମଂଚାସୀନ ହୋଇ ଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ର ପତି ସାହୁ ସ୍ଵାଗତ ଭାଷଣ ପ୍ରଦାନ କରି ଥିବା ବେଳେ, ମଞ୍ଚ ପରିଚାଳନା ପ୍ରଧାନ ଶିକ୍ଷକ ନରେଶ ଚନ୍ଦ୍ର ପଟ୍ଟନାୟକ କରିଥିଲେ |ପୂର୍ବତନ ଶାରୀରିକ ଶିକ୍ଷା ଅଧିକାରୀ ମନୋରଞ୍ଜନ ପ୍ରହରାଜ, ବିଭାଶିଷ ଦେ, ଶାରୀରିକ ଶିକ୍ଷକ ବ୍ରଜବନ୍ଧୁ କାଣ୍ଡି ,୫୨ ଜଣ କୋଚ ଓ ମ୍ୟାନେଜର,୬୨ ଜଣ ରାଜ୍ୟ ସ୍ତରୀୟ ଅଧିକାରୀ ଓ ନିୟୋଜିତ ଜିଲ୍ଲାର ଖେଳ ଶିକ୍ଷକ ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ |ପିଲାମାନ ଙ୍କ ସୁରକ୍ଷାକୁ ଦୁଷ୍ଟି ରେ ରଖି ଜିଲ୍ଲାର ସ୍ଵାସ୍ଥ୍ୟ ବିଭାଗ, ଜିଲ୍ଲା ରେଡ଼କ୍ରସ ଅଧିକାରୀ , ପୋଲିସ ବିଭାଗ, ତଥା ପୌର ପାଳିକା ପ୍ରମୁଖ ସହଯୋଗ କରିଥିଲେ | ପ୍ରତିଯୋଗୀ ମାନଙ୍କୁ ଖେଳ ପଡ଼ିଆ କୁ ଯାତାୟାତ ପାଇଁ ଗଠିତ ପରିବହନ କମିଟିର ମୁଖ୍ୟ ମନୋଜ କୁମାର ପାଢ଼ୀ,ସହଯୋଗୀ କାଳୀ କିଙ୍କର ପଟ୍ଟନାୟକ ଓ କାମାକ୍ଷା ଶତପଥୀ, ଖାଦ୍ୟ କମିଟିର ମୁଖ୍ୟ ବଂଶୀଧର ଭୂୟାଁ ଓ ପ୍ରଫୁଲ୍ଲ କୁମାର ରାଉତ,କେନ୍ଦ୍ରୀୟ କମିଟି ପରିଚାଳକ ବୃନ୍ଦ ତଥା ନିୟୋଜିତ ସମସ୍ତ କମିଟିର ଗୋଷ୍ଠୀ ଶିକ୍ଷା ଅଧିକାରୀ, ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ ,ଶିକ୍ଷା କର୍ମଚାରୀ, ଖେଳ ଶିକ୍ଷକ ସ୍ୱେଚ୍ଛା ସେବୀ ସଦସ୍ୟ / ସଦସ୍ୟା ଏଥିରେ ସହଯୋଗ କରିଥିଲେ | ସମସ୍ତ ପ୍ରତିଯୋଗିତା ଗୁଡିକ ଶୃଙ୍ଖଳାର ସହିତ ସମାପନ ହୋଇଥିଲା | ଶିକ୍ଷକ ତିରପତି ପଟ୍ଟନାୟକ ଓ ସୁନିଲ ନାୟକ ପ୍ରମୁଖ ଶିକ୍ଷକ ସମସ୍ତ କାର୍ଯ୍ୟରେ ସହୋଜଗ କରି ଥିଲେ।