March 11, 2026

ବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନୁଷ୍ଠିତ

IMG-20240921-WA0019
Share

 

କୁଜଙ୍ଗ:ବିଜ୍ଞାନ ଓ ପ୍ରଯୁକ୍ତିରେ ସଫଳ ହେବା ପାଇଁ ସରକାରଙ୍କ ପ୍ରୟାସ।ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ୍ କୁଜଙ୍ଗ ବନ ବିହାରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଅନୁଷ୍ଠିତ ହୋଇଯାଇଛି।ଏହି ଅଭିଯାନଟି ବ୍ଲକ୍ ଏଜୁକେସନ୍ ଅଫିସର ତଥା ସଭାପତି ମନୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଆୟୋଜିତ ଏହି କାର୍ଯ୍ଯକ୍ରମରେ ଆଲୁମିନୀ କମିଟି ସଭାପତି ଅକ୍ଷୟ କୁମାର ପଲାଇ,ବିଦ୍ୟାଳୟର ପୁର୍ବତନ ପ୍ରଧାନ ଶିକ୍ଷକ ସରୋଜ କୁମାର ବେହେରା,ଏବିଇଓ ପ୍ରତିମା ସୂତାର,ମନ ରଞ୍ଜନ ମଙ୍ଗରାଜ,ସରୋଜିନୀ ଦେବୀ ପ୍ରମୁଖ ଉପସ୍ଥିତ ଥିଲେ।ତେବେ କୁଜଙ୍ଗ ବ୍ଲକର ସରକାରୀ ପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀଙ୍କ ସମେତ ଛାତ୍ର,ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।ମାତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଏହି ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ବ୍ଲକ ସ୍ତରରେ କୁଇଜ୍ କମ୍ପିଟେଶନ ହୋଇଥିବା ବେଳେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର,ଛାତ୍ରୀ ମାନଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।