April 27, 2026

ଜନ ପ୍ରତିନିଧିଙ୍କ ଆକ୍ରମଣକୁ ନେଇ ବିଜେଡି ପକ୍ଷରୁ ବିକ୍ଷୋଭ।

IMG-20240921-WA0015
Share

 

କୁଜଙ୍ଗ:ସେପ୍ଟେମ୍ବର ମାସ ୧୩ ତାରିଖ ଅପରାହ୍ନ ସମୟରେ କୁଜଙ୍ଗ ବ୍ଲକ ଜନ ପ୍ରତିନିଧିଙ୍କୁ ବିଜେପିର ଗୁଣ୍ଡାମାନେ ଆକ୍ରମଣ ଘଟଣାରେ ଆକ୍ରମଣ କାରିଙ୍କୁ ତୁରନ୍ତ ଗିରଫ କରିବା ଓ କୁଜଙ୍ଗ ବିଡ଼ିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ବିଜୁ ଜନତା ଦଳ ପକ୍ଷରୁ କୁଜଙ୍ଗ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ଏହି ଆୟୋଜିତ କାର୍ଯ୍ୟକ୍ରମଟି ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଇଂ.ସମ୍ବିତ ରାଉତରାୟ ଓ ବିଜେଡ଼ି ନେତା ତଥା ଶ୍ରମିକ ନେତା ଅରିନ୍ଦମ ସର୍ଖେଲଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ଉପସଭାପତି ପିତାମ୍ବର ତରାଇ ସଭାପତିତ୍ବ କରିଥିବା ବେଳେ ବିଜେଡି କାର୍ଯ୍ୟକାରୀ ସଭାପତି ସୁଢଳ କୁମାର ସ୍ଵାଇଁ ମଞ୍ଚ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା,ସ୍ନେହାଗିନୀ ଛୁରିଆ,ରଘୁ ନନ୍ଦନ ଦାସ,ପୂର୍ବତନ ବିଧାୟକ ଇଂ.ସମ୍ବିତ ରାଉତରାୟ,ଶ୍ରମିକ ନେତା ଅରିନ୍ଦମ ସର୍ଖେଲ୍,ଗୀତାଞ୍ଜଳି ରାଉତରାୟ,ମୋନାଦ୍ବୀପା ସର୍ଖେଲ୍,ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ,ପୂର୍ବତନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି,ରାଜ୍ୟ ସଭା ସାଂସଦ ଦେବାଶିଷ ସାମନ୍ତରାୟ,ବାଲିକୁଦା-ଏରସମା ବିଧାୟକ ଶାରଦା ପ୍ରସନ୍ନ ଜେନା,ତିର୍ତ୍ତୋଲ ବିଧାୟକ ଡ.ରମାକାନ୍ତ ଭୋଇ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ,କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନିନାରାଣୀ ସାହୁ,ବ୍ଲକ ଉପାଧକ୍ଷ ଜ୍ଞାନଜିତ୍ ସ୍ଵାଇଁ,ଆଇନଜିବୀ ଏଏନଡି ଯାଦବ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କୁ ତ୍ରିବ ସମାଲୋଚନା କରିବା ସହିତ ଆକ୍ରମଣ କାରିଙ୍କୁ ତୁରନ୍ତ ଗିରଫ କରିବା ଏବଂ କୁଜଙ୍ଗ ବିଡିଓଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ।ଆଗାମୀ ଦିନରେ ୩୧୪ ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ନେତୃମଣ୍ଡଳୀ ପ୍ରକାଶ କରିଛନ୍ତି।ଏଥିରେ ଜିଲ୍ଲା ପରିଷଦ ପୁଷ୍ପଲତା ବେହେରା,କନକଲତା ବେହେରା,ରବିନାରାୟଣ ସାହୁ,ପ୍ରମୋଦ ସ୍ୱାଇଁ,ସମିତି ସଭ୍ୟ ସତ୍ଯବାନ୍ ମୁଦୁଲି ପ୍ରମୁଖଙ୍କ ସମେତ ବ୍ଲକର ଅନେକ ସରପଞ୍ଚ ଓ ୨୦ରୁ ସମିତି ସଭ୍ୟ ସଭ୍ୟା ଯୋଗଦେଇ ଥିଲେ।ବିଜେଡିର ନେତୃମଣ୍ଡଳୀ ବ୍ଲକ ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।