June 29, 2024

ଆଇସିଡିଏସ ପକ୍ଷରୁ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ

Share

ଆଇସିଡିଏସ ପକ୍ଷରୁ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ
ବୁଗୁଡ଼ା : ତା ୨୧/୦୯/୨୩ : ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ପକ୍ଷରୁ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ବାସୁଦେବ ନାୟକ , ସମ୍ମାନିତ ଅତିଥି ଭାବେ ମହିଳା ଡାକ୍ତର ଅଂଶୁ ଦାଶ ଓ ଏଏସଆଇ ବିନାୟକ ବିଧାର୍ ଯୋଗ ଦେଇଥିଲେ । ଏ ଅବସରରେ ବ୍ଲକ୍ ସ୍ତରୀୟ ଟାସ୍କ ଫୋର୍ସ କମିଟି ପକ୍ଷରୁ କନ୍ୟା ଭୃଣହତ୍ୟା , ବାଲ୍ଯ ବିବାହ ଆଦି ରୋକିବା ଦିଗରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏଥି ସହ “ମୋ ଗେହ୍ଲା ଝିଅ” କାର୍ଯ୍ୟକ୍ରମ କାଳରେ ଦୁଇ ଜଣ କନ୍ଯା ସନ୍ତାନର ମାତା ଦ୍ବୟଙ୍କୁ ପୋଷାକ , ଗଛ ଓ ପୁରସ୍କାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସିଡିପିଓ ବବିତା କୁମାରୀ ପଣ୍ଡାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ମିଶନ ଶକ୍ତି ସଂଘର ସଭାନେତ୍ରୀ ନିଳାଦ୍ରୀ ମହାପାତ୍ର ଓ ସମ୍ପାଦିକା ସୌଦାମିନୀ ମୁଳୀଙ୍କ ସମେତ ଅନେକ ଜନପ୍ରତିନିଧି, ସୁପରଭାଇଜର , ଅଙ୍ଗନୱାଡି କର୍ମୀ ଉପସ୍ଥିତ ରହିଥିଲେ ।