June 13, 2026

ନିୟୁ ଏରା ପବ୍ଲିକ ସ୍କୁଲରେ ଆନ୍ତର୍ଜାତିକ ଶାନ୍ତି ଦିବସ ପାଳିତ

IMG-20230921-WA0019
Share

ନିୟୁ ଏରା ପବ୍ଲିକ ସ୍କୁଲରେ ଆନ୍ତର୍ଜାତିକ ଶାନ୍ତି ଦିବସ ପାଳିତ
ବୁଗୁଡ଼ା : ତା ୨୧/୦୯/୨୩ : ସ୍ଥାନୀୟ ନିୟୁ ଏରା ପବ୍ଲିକ ସ୍କୁଲ ପକ୍ଷରୁ ସ୍ବପରିସରରେ ୪୨ତମ ଆନ୍ତର୍ଜାତିକ ଶାନ୍ତି ଦିବସ ପାଳିତ ହୋଇଯାଇଛି । ସ୍କୁଲ ଉପାଧ୍ୟକ୍ଷ ଅନିରୁଦ୍ଧ ଗୌଡ଼ଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲ ସଭାପତି କାଳୀ ଚରଣ ଦାଶ ମୁଖ୍ୟ ଅତିଥି , ମିଡ଼ିଆ କ୍ଲବ ସଭାପତି ଅନୀଲ ପଟ୍ଟନାୟକ ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ଶିକ୍ଷକ ମନୋଜ ଦାଶ ଯୋଗ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସାମ୍ପ୍ରତିକ ସ୍ଥିତିରେ ସମାଜରେ ଶାନ୍ତିର ଆବଶ୍ୟକତା ଏବଂ ଶାନ୍ତି ହିଁ ପ୍ରଗତିର ପରିଚାୟକ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଶ୍ରିଶାନ୍ତ୍ ରାଉତ ପ୍ରଥମ, ନିତୁଲ ରାଣୀ ଗୌଡ଼ ଦ୍ଵିତୀୟ ଏବଂ ମାନସ କୁମାର ଦାଶ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ସ୍କାଉଟ୍ ଶିକ୍ଷକ ବୈଷ୍ଣବ ଚରଣ ଦାଶଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ପରିଶେଷରେ ଶିକ୍ଷକ ସିମାଞ୍ଚଳ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

You may have missed