September 29, 2024

ଦକ୍ଷିଣପୁର ସେକ୍ଟର ଗୋଷ୍ଠୀ ସ୍ତରୀୟ ପୋଷଣ କାର୍ଯ୍ୟକ୍ରମ

Share

ଦକ୍ଷିଣପୁର ସେକ୍ଟର ଗୋଷ୍ଠୀ ସ୍ତରୀୟ ପୋଷଣ କାର୍ଯ୍ୟକ୍ରମ

ସାରା ଦେଶରେ ସେପ୍ଟେମ୍ବର ୧ ତାରିଖ ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଜାତୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ କୁକୁଡ଼ାଖଣ୍ଡି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ତରଫରୁ କୁକୁଡ଼ାଖଣ୍ଡି ବ୍ଳକର ଦକ୍ଷିଣପୁର ସେକ୍ଟର ଲାଞ୍ଜିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅଙ୍ଗନୱାଡି କେନ୍ଦ୍ରକୁ ନେଇ ପୋଷଣ ପଖ୍ବାଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିଳା ଓ ଶିଶୁ ସମନ୍ବୟ ବିଭାଗ ଅଧନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଡ଼ିପିଓ କୁସୁମ କୁମାରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ଅନିଲ କୁମାର ଗୌଡ଼, ଦକ୍ଷିଣପୁର ସରପଞ୍ଚ ଦେବାଶିଷ ସେଠୀ, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମୈତ୍ରୀବାଳା ପଣ୍ତା, ସମିତି ସଭ୍ୟ କାହ୍ନୁଚରଣ ପାତ୍ର, ରେବତୀ ବେହେରା, ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନବ ଜନ୍ମିତ ଶିଶୁକୁ ଦୁଇ ବର୍ଷ ପର୍ଯ୍ୟନ୍ତ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ପୁଷ୍ଟିକର ଖାଦ୍ୟ ତଥା ମାଣ୍ଡିଆ , ଗହମ , ଶାଗ , ଛତୁଆରେ ବିଭିନ୍ନ ପ୍ରକାର ପୁଷ୍ଟିକର ଓ ସୁସ୍ୱାଦ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା । ଏହି ଖାଦ୍ୟ ସେବନ କରିବା ଦ୍ଵାରା ମାଆ ଓ ଶିଶୁମାନେ ଅପପୃଷ୍ଟି ରୋଗରୁ ମୁକ୍ତି ପାଇବା ସହ ଜନ୍ମିତ ଶିଶୁମାନେ ରୋଗମୁକ୍ତ ହୋଇପାରିବେ । ଏହି ସବୁ ଖାଦ୍ୟ ପଦାର୍ଥ ଖାଇବା ଦ୍ଵାରା ଗର୍ଭବତୀ ମହିଳାମାନେ ନିଜର ଯତ୍ନ ନେବା ସହ ନିଜ ନିକଟରେ ମିଳୁଥିବା ଖାଦ୍ୟ ଶସ୍ୟକୁ କିପରି ସୁଷମ ଖାଦ୍ୟ ପ୍ରସ୍ତୁତ କରି ଖାଇବେ ସେ ନେଇ ଅତିଥିମାନେ ନିଜ ବକ୍ତବ୍ୟରେ କହିଥିଲେ । ଏଥିସହ ନବ ଜନ୍ମିତ ଶିଶୁକୁ ଦୁଇ ବର୍ଷ ପର୍ଯ୍ୟନ୍ତ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ସମନ୍ବୟ ବିଭାଗ ସମସ୍ତ ସୁପର ଭାଇଜର , ଅଙ୍ଗନବାଡ଼ି କର୍ମୀ ସଂଘ ସଭାନେତ୍ରୀ ମାଣିକେଶ୍ଵରୀ ପଟ୍ଟନାୟକ, ସମ୍ପାଦିକା ସୁଦଷ୍ଠା ପଟ୍ଟନାୟକ,କେଷାଧ୍ୟକ୍ଷା ପ୍ରମିଳା ଜେନା, ସଦସ୍ୟଗଣ ସଂଯୁକ୍ତା କୁମାରୀ ସାହୁ, ଏ.ଲକ୍ଷ୍ମୀ, ପି.ସୁଶୀଳା, ଇନ୍ଦିରା ପାତ୍ର, ଲଳିତା ସାହୁ, ଶାନ୍ତିଲତା ଦେବୀ, ଗୀତାଞ୍ଜଳି ମାଝି, ସୁପରଭାଇଜେର ମାନେ ହେଲେ ଲିଜା ସେଠୀ, ସ୍ମିତାମୟୀ ପ୍ରଧାନ, ମମତା କୁମାରୀ ପଣ୍ଡା, ପ୍ରତିଭା ମହାନ୍ତି, ଉଷା ପଟ୍ଟନାୟକ,ସବିତା ଜେନା, ଶର୍ମିଷ୍ଠା ପଣ୍ଡା, ଶାନ୍ତିଲତା ଗମାଙ୍ଗ, ଛବିଲତା ଦେବୀ, ସ୍ୱର୍ଣ୍ଣଲତା ଦେବୀ, ବାପିନା ବିଷୋୟୀ , ଏଏନଏମ ସନ୍ତୋଷିନୀ ପାଢୀ, ସନ୍ତୋଷ କୁମାର ଆଚାର୍ଯ୍ୟଙ୍କ ସମେତ ଦକ୍ଷିଣପୁର ହେକ୍ଟର ସମସ୍ତ ଅଙ୍ଗନବାଡ଼ି କର୍ମୀ , ସହାୟିକା ଓ ଗର୍ଭବତୀ ମା , ସ୍ବୟଂ ସହାୟକ ଗୋଷ୍ଠୀର ମାଆମାନେ , ପ୍ରାକ ବିଦ୍ୟାଳୟର ଶିଶୁ , କିଶୋରୀ ବାଳିକାମାନେ ଉପସ୍ଥିତ ଥିଲେ ।
କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ