April 29, 2026

ଅସ୍ତରଙ୍ଗ ପ୍ରେସ କ୍ଲବ ର ବନ୍ଧୁ ମିଳନ ଓ କର୍ମକର୍ତ୍ତା ଚୟନ।

IMG-20240821-WA0051
Share

 

ଅସ୍ତରଙ୍ଗ,,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ର ଅସ୍ତରଙ୍ଗ ପ୍ରେସ କ୍ଲବ ର କର୍ମକର୍ତ୍ତା ଚୟନ ଓ ବନ୍ଧୁ ମିଳନ ବୁଧବାର ଦିନ ଅସ୍ତରଙ୍ଗ ର ପିର ଯାହାନିଆଁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଜାଇ ଉଁଅଛି ।ବରିଷ୍ଠ ସାମ୍ବାଦିକ ଶ୍ରୀ ଦୁଃଶାସନ ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ,ପ୍ରଦୀପ ପ୍ରଯୋଳନ କରି ଏହି ସମା ବେଶକୁ ଉଦ୍ଘାଟନ କରିଥିଲେ ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶିନୀ ପତି । ମୁଖ୍ୟ ଅତିଥି ଭାବେ ନିମାପଡ଼ା ଏସ ଡି ପି ଓ ପ୍ରଭାତ କୁମାର ମଲ୍ଲିକ ଓ,ସମ୍ମାନିତ ଅତିଥି ଥିଲେ ଅସ୍ତରଙ୍ଗ ଆଇ ଆଇ ସି ଶ୍ରୀ ରାଜେଶ କୁମାର ବଳିଆରସିଂହ । ଅତିଥି ଗଣ ଗଣତନ୍ତ୍ରର ଚତୁର୍ଥ ସ୍ଥମ୍ୱ ଭାବେ କାର୍ଯ୍ୟ କରୁଥିବା ଗଣ ମାଧ୍ୟମ ତାର କାର୍ଯ୍ୟ କ୍ଷେତ୍ରରେ ସତ୍ୟ ନିରେପେକ୍ଷ ଓ ସଚ୍ଚୋଟ ଖବର ପ୍ରକାଶ କରି ରାଜନୈତିକ ଚିନ୍ତାଧାରା ଠାରୁ ଦୂରରେ ରହି, ଜନସାଧାରଣ ଙ୍କର ବିଶ୍ୱାସ ଭାଜନ ହେବା ଲାଗି ପରାମର୍ଶ ଦେଇଥିଲେ । ବୈଠକରେ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇ ଥିଲା । ବରିଷ୍ଟ ସାମ୍ବାଦିକ ଶ୍ରୀ ଦୁଃଶାସନ ନାୟକ ଙ୍କୁ କ୍ଲବ ମୁଖ୍ୟ ପରାମର୍ଶଦାତା ତଥା କଲ୍ୟାଣ ପାଣ୍ଠି ର ଅଧ୍ୟକ୍ଷ ରହିଥିବା ବେଳେ, କୋର୍ଡି ନେଟର ଭାବେ ସାମ୍ବାଦିକ ଶ୍ରୀ ସୋଭାକର ବେହେରା, ସଭାପତି ଭାବେ ସାମ୍ବାଦିକ ଶରତ କୁମାର ପରିଡ଼ା,ଉପ ସଭାପତି ଭାବେ ମନୋଜ କୁମାର ବାରିକ,ସମ୍ପାଦକ ଭାବେ ବୃନ୍ଦାବନ ବିଶ୍ବାଳ,ସହ ସଂପାଦକ ଭାବେ ଜ୍ଞାନରଞ୍ଜନ ବିଶ୍ଵାଳ, କୋଷାଧ୍ୟକ୍ଷ ଭାବେ ପ୍ରିୟବ୍ରତ ମୁଦୁଲି,ଓ ଶାସ୍କୃତିକ ସମ୍ପାଦକ ଭାବେ ବିନୋଦ କୁମାର ସେଠୀ ଓ ସଂଗଠନ ସମ୍ପାଦକ ଭାବେ ଅକ୍ଷୟ ପ୍ରସାଦ ମହାନ୍ତି ଙ୍କୁ ଚୟନ କରାଯାଇ ଥିଲା । ଅଲେଖ ବିଶ୍ଵାଳ ଓ ଅମିୟ କୁମାର ବାରିକ ସୋସିଆଲ ମିଡିଆ କାର୍ଯ୍ୟ ନିର୍ବାହ କରିବାକୁ ରହିଥାଏ ବେଳେ,ଆଇନ ପରାମର୍ଶ ଦାତା ଭାବେ ଦିବ୍ୟଦର୍ଷି ବିଶ୍ଵାଳ ରହି ଛନ୍ତି । ଏହି କାର୍ଯ୍ୟକ୍ରମ ରେ,ଅଶୋକ ବେହେରା,ଦୁର୍ଗାଚରଣ ନାୟକ,ସତ୍ୟଜିତ ରାୟ ଚୌଧୁରୀ,ଅନିଲ ବାରିକ,ପ୍ରଶାନ୍ତ ଜେନା ,ପ୍ରଭୁତି ସଭ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ସାମ୍ବାଦିକ ପ୍ରଶାନ୍ତ କୁମାର ଜେନା ।

ଦୁଃଶାସନ ନାୟକ,ଅସ୍ତରଙ୍ଗ

You may have missed