September 18, 2026

ଭତ୍ତା ପାଇଁ ବ୍ୟାଙ୍କ ରୁ ବ୍ୟାଙ୍କ ବୁଲିଲେ ଭିନ୍ନକ୍ଷମ

IMG-20230721-WA0052
Share

ଭତ୍ତା ପାଇଁ ବ୍ୟାଙ୍କ ରୁ ବ୍ୟାଙ୍କ ବୁଲିଲେ ଭିନ୍ନକ୍ଷମ
ଅସ୍ତରଙ୍ଗ,21/7-ରାଜ୍ୟ ସରକାର ଭିନ୍ନକ୍ଷମ ଙ୍କ ସୁବିଧା ପାଇଁ ଅନେକ ପ୍ରକାର ଆଇନ କରିଛନ୍ତି, ସେ ଭତ୍ତା ବ୍ୟବସ୍ଥା ହେଉ କି ଅନ୍ୟ ବ୍ୟବସ୍ଥା, କେବେ କୌଣସି ଭିନ୍ନକ୍ଷମ ସରକାରୀ ସୁବିଧା ଉପଲବ୍ଧି ରେ କୌଣସି ପ୍ରକାର ସମସ୍ୟା ରେ ଉପନୀତ ନହେଉ । ସେଥିପାଇଁ ଭିନ୍ନକ୍ଷମ ଙ୍କ କଥା ବୁଝିବା ପାଇଁ ସରକାରୀ ଅଧିକାରୀ ଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ନିର୍ଦ୍ଦେଶ । କିନ୍ତୁ ଏହାକୁ ଖୁଲମଖୁଲା ଉଲଘଂନ କରାଯାଇଛି ଅସ୍ତରଙ୍ଗ ବ୍ଲକ, ଆଳଙ୍ଗପୁର ପଞ୍ଚାୟତ ଅଠତିରା ଗ୍ରାମ ର ବିଜୟ ସ୍ୱାଇଁ ଙ୍କ କ୍ଷେତ୍ରରେ । ବୟସ ଚାଳିଶି, ସେ ସମ୍ପୂର୍ଣ୍ଣ ରୂପେ ଜଣେ ଭିନ୍ନକ୍ଷମ, ୩ ଚକିଆ ସାଇକେଲ ଏକମାତ୍ର ତାଙ୍କ ସାହାରା କିନ୍ତୁ ଏକ ଦୁଃଖ ର ବିଷୟ ,ଆଜି ଅସ୍ତରଙ୍ଗ ବଜାର ରେ ନିଜ ଭତ୍ତା ପାଇଁ ବ୍ୟାଙ୍କ ରୁ ବ୍ୟାଙ୍କ ୩ ଚକିଆ ସାଇକେଲ ଓ ଅଶି ବର୍ଷୀୟ ବୃଦ୍ଧ ବାପା ଙ୍କୁ ନେଇ ବୁଲିଛନ୍ତି ବିଜୟ । ଭିନ୍ନକ୍ଷମ ଭତ୍ତା ଆଜକୁ ୩ ମାସ ହେବ ପାଇନାହାନ୍ତି ସେ । ପ୍ରଥମେ ପଞ୍ଚାୟତ କାର୍ଯ୍ୟାଳୟ କୁ ଯାଇଥିଲେ ଆଉ ପଞ୍ଚାୟତ ଅଧିକାରୀ ତାଙ୍କୁ ବ୍ୟାଙ୍କ କୁ ଯିବା ପାଇଁ ପରାମର୍ଶ ଦେଇଥିଲେ ।ହେଲେ, ଆଶ୍ଚର୍ଯ୍ୟ ର କଥା ପଞ୍ଚାୟତ ଅଧିକାରୀ ଭୁଲି ଯାଇଥିଲେ ସେ ଜଣେ ଶାରୀରିକ ଭିନ୍ନକ୍ଷମ । କେଉଁ ବ୍ୟାଙ୍କ କୁ ଆସିଛି ଭତ୍ତା ତାହା ମଧ୍ୟ ଅଜ୍ଞାତ ବିଜୟ ଙ୍କୁ । ଡହ ଡହ ଖରା ରେ ବିଜୟ ତାଙ୍କ ବାପା ଙ୍କ ସହ ଦଶ କିଲୋମିଟର ଚାଲି ଚାଲି ବିଭିନ୍ନ ବ୍ୟାଙ୍କ ବୁଲିବା ପରେ ଶେଷ ରେ ନିରାଶ ହୋଇ ଅସ୍ତରଙ୍ଗ ବ୍ଲକ ଭିନ୍ନକ୍ଷମ କାର୍ଯ୍ୟାଳୟ ରେ ପହଞ୍ଚିଥିଲେ । ଆଉ ସେଠି ଦିନ ଏଗାର ଟାରେ ବି ଅଧିକାରୀ ଙ୍କ ଦେଖା ନଥିଲା, ରାଜ୍ୟ ସରକାର ଭିନ୍ନକ୍ଷମ ମାନଙ୍କ ଭତ୍ତା କୁ କିପରି ହାତକୁ ହାତ ଦିଆଯିବ ଆଉ ବ୍ୟାଙ୍କ ରୁ କିପରି ସହଜ ରେ ଭତ୍ତା ଆସିପାରିବ ସେ ଦାୟିତ୍ୱ ପଞ୍ଚାୟତ ଅଧିକାରୀ ଙ୍କୁ ଦେଇଥିବା ବେଳେ, ଏଠି କିନ୍ତୁ ଖୁଲମ ଖୁଲା ଉଲଂଘନ ର ଦୃଶ୍ୟ ସାମ୍ନା କୁ ଆସିଛି । ଏଭଳି କେତେ ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ଭତ୍ତା ପାଇଁ ସମସ୍ୟା ର ସମୁଖୀନ ହେଉଛନ୍ତି ତାହା କଳ୍ପନା ବାହାରେ । ତୁରନ୍ତ ଭତ୍ତା ପ୍ରଦାନ ନିୟମ ରେ ସରାଳତା ଆଣିବାକୁ ରାଜ୍ୟ ସରକାର ଙ୍କୁ ନିବେଦନ କରିଛନ୍ତି ଅନେକ ବୁଦ୍ଧିଜୀବୀ ଭିନ୍ନକ୍ଷମ ହିତାଧି କରି ।
ଦୁଃଶାସନ ନାୟକ,ଅସ୍ତରଙ୍ଗ

You may have missed