June 23, 2026

ପୁରୀ ତା ୨୧୵୦୬୵୨୦୨୪ ଆଜି ଆନ୍ତର୍ଜାତିକ ଯୋଗଦିବସ

IMG-20240621-WA0032
Share

ପୁରୀ ତା ୨୧୵୦୬୵୨୦୨୪ ଆଜି ଆନ୍ତର୍ଜାତିକ ଯୋଗଦିବ ଅବସରରେ ପୁରୀ ଗାନ୍ଧୀ ଘାଟ ଠାରେ ଟ୍ରେକିଂ କ୍ଲବ ପୁରୀ,ମିଶନ ଓଡିଶା ଓ ମାର୍ସ ଓଡ଼ିଶାର ମିଳିତ ସହଯୋଗ ରେ ଓ ନେହେରୁ ୟୁବ କେନ୍ଦ୍ର,ପୁରୀ ସହାୟତା ରେ ଅନୁଷ୍ଠିତ ହୋଇ ଯାଇଅଛି ଏହି କାର୍ଯ୍ୟକ୍ରମ କୁ ଶ୍ରୀଯୁକ୍ତ ଶୁଭାଷିସ ଖୁଣ୍ଟିଆ ମାନ୍ୟବର ରାଜ୍ୟସଭା ସଦସ୍ଯ ଉଦ୍ଘାଟନ କରିଥିଲେ ।କାର୍ଯ୍ୟକ୍ରମ ରେ ପୁରୀର ପ୍ରାକ୍ତନ ବିଧାୟକ ଜୟନ୍ତକୁମାର ଷଡଙ୍ଗୀ ସମ୍ମାନିତ ଅତିଥି ରୂପେ ଯୋଗଦାନ କରି ଯୋଗଦ୍ବାରା କିପରି ରୋଗମୁକ୍ତ ହୋଇପାରିବ ସେ ବିଷୟ ରେ ଉପସ୍ଥିତ ଲୋକମାନଙ୍କୁ ବୁଝାଇ ଥିଲେ ଅନ୍ୟତମ ଅତିଥି ପୋଲିସ ଉପଖଣ୍ଡ ଅଧିକାରୀ ପୁରୀ,କମଳା ହସ୍ପିଟାଲ ଅଧିକାରୀ ଓ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ପ୍ରଭୁତି ଯୋଗଦାନ କରି ଯୋଗ ର ଉପକାରିତା ଉପରେ ଆଲୋକପାତ କରିଥିଲେ ଏଥିରେ ଶ୍ରୀ ଜୟ ନାରାୟଣ ମହାନ୍ତି ଟ୍ରେକିଂ କ୍ଲବ ସଭାପତି ମଞ୍ଚ ପରିଚାଳନା କରିଥିଲେ । ପ୍ରଶିକ୍ଷକ ରୂପେ ଦିଲିପ କୁମାର ମିଶ୍ର ଯୋଗଦାନ କରି ସମସ୍ତ ଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ ।ମଞ୍ଚାସୀନ ଅତିଥିବୃନ୍ଦ ଙ୍କୁ ମିଶନ ଓଡିଶାର ସାଧାରଣ ସଂପାଦକ ମଧୁସୂଦନ ମିଶ୍ର ଉପଢୈାକନ ଦେଇ ସ୍ବାଗତ କରିଥିଲେ ।ଏହି ଶିବିର ରେ ଶହେ ରୁ ଅଧିକ ଲୋକ ଯୋଗଦାନ କରିଥିଲେ ଶେଷରେ ଟ୍ରେକିଂ କ୍ଲବର ସଂପାଦକ ଶିବ ଶଙ୍କର ପ୍ରଧାନ ଧନ୍ୟବାଦ ଦେଇ ଥିବାବଳେ ଶିବିର କୁ ମାର୍ସ ଓଡ଼ିଶା ସାଧାରଣ ସମ୍ପାଦକ ଭାସ୍କର ଚନ୍ଦ୍ର ପୂଜାରୀ ଙ୍କ ସମେତ ଗୋବିନ୍ଦ ପାତ୍ର,ନିଗମ, ବାସୁ, ଆଶିଷ, ବାପି,ମହାବୀର, ରାଜା ପରିଚାଳନା କରିଥିଲେ ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed