March 12, 2026

ଗୁଣପୁ ସଦର ମହକୁମା ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ।

IMG-20240621-WA0022
Share

ଗୁଣପୁର-(ସୁରେନ୍ଦ୍ର ମହାନ୍ତି )ତା:୨୧-୦୬-୨୦୨୩ରିଖ ଦିନ ଗୁଣପୁର ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି । ସ୍ଥାନୀୟ ଇନଡୋର ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଂଜଳି ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଗୁଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ଝିଲି ଶବର, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ସୁଦର୍ଶନ ଶବର, ତହସିଲଦାର ଲୀଳାବତୀ ଆଚାର୍ଜି ଯୋଗଦେଇ ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ମାନସିକ ଶାନ୍ତି ବଜାୟ ରହିବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରଶିକ୍ଷକ ଭାବେ ପ୍ରତିଭା ରଥ, ପି ସୁଦର୍ଶନ ରାଓ, ଅଂଶୀକା ପଟ୍ଟନାୟକ ଉପସ୍ଥିତ ରହି ଯୋଗ, ପ୍ରାଣୟମ, ବ୍ୟାୟାମ ଆଦି ପ୍ରଶିକ୍ଷଣ ଦେଇଥିଲେ । ବ୍ଲକ ବିତ୍ତ ଅଧିକାରୀ ଉମା ପ୍ରସାଦ ସାହୁ ଯୋଗ, ପ୍ରାଣୟମ ଦ୍ୱାରା ସୁସ୍ଥ ଜୀବନ ଅତିବାହିତ ହେବ ବୋଲି କହିଥିଲେ । ପ୍ରାୟ 200ଜଣ ବିଶ୍ୱ ଯୋଗ ଦିବସରେ ଉପସ୍ଥିତ ରହି ଯୋଗ କରିଥିଲେ । ଅନନ୍ତ ପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ସହଯୋଗ କରିଥିଲେ ।
ସେହିପରି ଗୁଣପୁର ପୋୖର ପରିଷଦ ତରଫରୁ ସ୍ଥାନୀୟ ଟାଉନ ହଲ ଠାରେ ଯୋଗ ଦିବସ ପାଳିତ ହୋଇ ଥିଲା । ପୋୖର ଅଧ୍ୟକ୍ଷା ମମତା ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ପୋୖର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୁସ୍ଥ ଜୀବନ ପାଇଁ ଯୋଗ ନିହାତି ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ପୋୖର ନିର୍ବାହୀ ଅଧିକାରୀ ମନୋଜ କୁମାର ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମସ୍ତ କାଉନସିଲର ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ଉମା ପ୍ରସାଦ ଦାସ ପ୍ରଶିକ୍ଷକ ଭାବେ ଯୋଗଦେଇଥିବା ବେଳେ ପୋୖର କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।