June 20, 2026

ବୋଲଗଡ଼ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ।

IMG-20240621-WA0002
Share

ବୋଲଗଡ଼ ,(ଉପାନ୍ତ ଖବର) : ଆନ୍ତର୍ଜାତିକ ଯୋଗଦିବସ ଅବସରରେ ବୋଲଗଡ଼ ବ୍ଲକ୍ ପ୍ରଶାସନ ପକ୍ଷରୁ ବଡ଼ କୁମାରୀ ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଅଛି।ସକାଳ ୬ଟାରୁ ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ହୁଲାଶ ପ୍ରଧାନ ଉଦଘାଟନ କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ନବନିର୍ବାଚିତ ବିଧାୟକ ପ୍ରଦୀପ କୁମାର ସାହୁ ,ବିଡ଼ିଓ ଶରତ କୁମାର ମଲ୍ଲିକ ,ତହସିଲଦାର ନିବେଦିତା ପରିଡ଼ା ,ଅତିରିକ୍ତ ବିଡ଼ିଓ ରତିକାନ୍ତ ମିଶ୍ର ବ୍ଲକ୍ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରଘୁନାଥ ଷଡ଼ଙ୍ଗୀ ,ସ୍ଥାନୀୟ ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ, ପ୍ରମୁଖ ଯୋଗଦେଇଥିଲେ ।ଯୋଗଗୁରୁ ଅକ୍ଷୟ କୁମାର ମହାପାତ୍ର ଦୀର୍ଘ ଦୁଇ ଘଣ୍ଟା ଧରି ଯୋଗ ଶିକ୍ଷା ଦେବା ସହ ଯୋଗ ଦ୍ୱାରା ମାନବ ସଭ୍ୟତାର ନୀରବ ରହିବ ଓ ରୋଗ ମୁକ୍ତ ହେବ ସଂକ୍ରତାରେ ବୁଝାଇ ଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅଂଚଳର ବହୁ ସରପଞ୍ଚ ,ସମିତି ସଭ୍ୟ,ନିର୍ବାହୀ ଅଧିକାରୀ,ବ୍ଲକ୍ ଓ ତହସିଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ , ଏସ୍ ଏଚ ଜି ମହିଳା ସ୍ୱଛାସେବି ଅନୁଷ୍ଠାନର ଯୁବଗୋଷ୍ଟି ସମେତ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ ।ଶେଷରେ ସହକାରୀ ଯନ୍ତ୍ରୀ ଅମୂଲ୍ୟ ବାହିନୀପତି ଧନ୍ୟବାଦ ଦେଇଥିଲେ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

You may have missed