April 30, 2026

ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

IMG-20240621-WA0005
Share

କାଶୀନଗରସ୍ଥ ବିଜୁ ପଟନାୟକ ଇଣ୍ଡୋର ଷ୍ଟାଡିଅମ ଠାରେ ବ୍ଲକ ତରଫରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି. ବି ଡି ଓ ଡମ୍ବୁରୁ ଧର ମଲ୍ଲିକଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ଅଶୋକ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ. ସମସ୍ତ ସ୍କୁଲ କଲେଜର ଛାତ୍ର ଛାତ୍ରୀ,ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ଶିକ୍ଷକ ଶିକ୍ଷୟତ୍ରୀ ତଥା ସି ଡି ପି ଓ କନକ ଲତା ପୂଜାରୀ ଯୋଗ ଶିବିରରେ ଯୋଗ ଦେଇଥିଲେ. ଏହି ଅବସରରେ ଯୋଗ ସମିତିରେ ଯୋଗ ଗୁରୁ ହରି ପ୍ରଧାନ ସମାଜସେବୀ ଯୋଗ କମିଟିର ଆବାହକ ହୃଷିକେଶ ଗୌଡ଼ ଓ ଶ୍ରେଷ୍ଠ ଯୋଗ ପଦର୍ଶନ ପାଇଁ ସୁକନ୍ୟା କୁ ପ୍ରମାଣ ପତ୍ର ଦେଇ ସମ୍ମାନିତ କରାଯାଇଥିଲା. ବ୍ଲକ ସାମାଜିକ ଅଧିକାରୀ ସୀତାରାମ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ. ଯୋଗ ଶିକ୍ଷୟତ୍ରୀ ଲତା ବେହେରା ଯୋଗ ପ୍ରଦର୍ଶନ କରିଥିଲେ. ସେହି ପରି କାଶୀନଗର ଏନ ଏ ସି ତରଫରୁ ମଧ୍ୟ ତ୍ରିନାଥ କଲ୍ୟାଣ ମଣ୍ଡପ ଠାରେ ନିର୍ବାହୀ ଅଧିକାରୀ ଭାଗବତ ସାହୁଙ୍କ ତତ୍ୱାବଧାନରେ ଏନ ଏ ସି ଅଧକ୍ଷା ଏମ ସୁଧାରାଣୀ ଯୋଗ ଦେଇ ମହାସମାରୋହରେ ଯୋଗଦିବସ ପାଳନ କରିଛନ୍ତି. ଶ୍ରୀରାମ କଲେଜରେ ଅଧକ୍ଷ ପ୍ରଶାନ୍ତ ବନପଲ୍ଲୀ ଓ ପ୍ରାଧ୍ୟାପକ ବିଶ୍ଵ ରଞ୍ଜନ ଗୌଡ଼ ଦ୍ୱାରା ଛାତ୍ର ଛାତ୍ରୀ ମାନେ ଯୋଗ ପଦର୍ଶନ କରିବା ସହ ଯୋଗ ଦିବସ ପାଳିତ କରିଥିଲେ. ଶେଷରେ ସମସ୍ତ ପଂଚାୟତ ଗୁଡିକରେ ମଧ୍ୟ ଯୋଗ ଦିବସ ପାଳନ କରିଥିଲେ.

ଗଜପତି ଜିଲ୍ଲା କାଶୀନଗରରୁ ଆନନ୍ଦ ପାତ୍ର ରିପୋର୍ଟର