July 3, 2024
Share

➡️୧-ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନ ଯାତ୍ରା, ଆଜି ସକାଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତିମାନେ ସେନାପଟା ଲାଗି କରିବେ।

➡️୨-ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ, ପ୍ରତିବର୍ଷ ଜୁନ୍ ୨୧ରେ ପାଳନ କରାଯାଏ ଆନ୍ତର୍ଜାତୀୟ ଯୋଗ ଦିବସ । ଯୋଗ ଶବ୍ଦର ଆକ୍ଷରିକ ଅର୍ଥ ହେଉଛି ଯୋଡିବା କିମ୍ବା ମିଳନ, ଯାହା ସଂସ୍କୃତ ଶବ୍ଦ ‘ୟୁଗି’ରୁ ଉତ୍ପନ୍ନ। ଯୋଗ କରିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ।

➡️୩-କଟକର ବିଜେପି ସାଂସଦ ଭର୍ତ୍ତୃହରି ମହତାବ ହେଲେ ଲୋକସଭାର କାମଚଳା ବାଚସ୍ପତି । ଅଷ୍ଟାଦଶ ଲୋକସଭା ପାଇଁ ନବ ନିର୍ବାଚିତ ସାଂସଦଙ୍କୁ ସେ ଶପଥ ପାଠ କରାଇବେ ।

➡️୪-ଓଡ଼ିଶା ବିଧାନସଭା ଦେଖିଲା ଦ୍ୱିତୀୟ ମହିଳା ବାଚସ୍ପତି l ସୁରମା ପାଢ଼ୀ ହେଲେ ବିଧାନସଭାର ନୂଆ ବାଚସ୍ପତି। ସବୁ ଦଳର ସମର୍ଥନରେ ବସିଲେ ବାଚସ୍ପତି ଆସନରେ।

➡️୫-ଭୁବନେଶ୍ବରରେ ଖୋଲିବ ରାଜ୍ୟର ପ୍ରଥମ ଚାଉଳ ଏଟିଏମ୍ l ଏହା ହେବ ରାଜ୍ୟର ପ୍ରଥମ ଚାଉଳ ଏଟିଏମ୍ । ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ATM କାର୍ଡ ଦିଆଯିବ l

➡️୬-ରାଜ୍ୟରେ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି ଯୋଗୁଁ ଆଉ ଦିନକ ପାଇଁ ବଢିଲା ସକାଳୁଆ ସ୍କୁଲର ନିଷ୍ପତ୍ତି l ଆଜି ସ୍କୁଲ ସକାଳ ୬.୩୦ ରୁ ୧୦.୩୦ ଯାଏଁ ଖୋଲା ରହିବ। ଆସନ୍ତାକାଲି ଠାରୁ ହେବ ସ୍ଵାଭାବିକ l

➡️୭-ଆସନ୍ତା ୨୬ ତାରିଖରେ ପୋଷ୍ଟ ଗ୍ରାଜୁଏଟ ଟିଚର (ପିଜିଟି) ଡକ୍ୟୁମେଣ୍ଟର ହେବ ଭେରିଫିକେସନ l ଏହି ପଦରେ ସଫଳତାର ସହ କୃତକାର୍ଯ୍ୟ ହେବା ପରେ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ଓ ଅପଗ୍ରେଡେଡ୍ ଉଚ୍ଚ ମାଧ୍ୟମିକ ସ୍କୁଲମାନଙ୍କରେ ନିଯୁକ୍ତି ଦିଆଯିବ ।

➡️୮-ବନ୍ଦ ହେବନି NEET କାଉଁନସେଲିଂ, ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ, NTA ଓ କେନ୍ଦ୍ର ସରକାରଙ୍କୁ ପଠାଇଲେ ନୋଟିସ୍ l

➡️୯-ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣାରେ BMC ଡ୍ରେନେଜ ଡିଭିଜନର ସହକାରୀ ଯନ୍ତ୍ରୀ ହେଲେ ନିଲମ୍ବିତ l

➡️୧୦-ଆସିଲା ମିର୍ଜାପୁର ୩ ଟ୍ରେଲର: ରକ୍ତାକ୍ତ ଟ୍ରେଲର କହୁଛି, ରଚିବ ଇତିହାସ l ଗତ ଦୁଇ ସିଜିନରେ ନିଜର ଜଲଓ୍ବା ଦେଖାଇଥିବା ମିର୍ଜାପୁର ସିରିଜର ତୃତୀୟ ସିଜିନ ଆସିବ ଜୁଲାଇ ୫ରୁ l

➡️୧୧-ନିଟ ଓ ୟୁଜିସି-ନେଟ ପରୀକ୍ଷାରେ ବିଭ୍ରାଟ ଅଭିଯୋଗ ପ୍ରସଙ୍ଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହି ମାମଲାରେ ସମ୍ପୃକ୍ତ କୌଣସି ଦୋଷୀଙ୍କୁ ଛଡ଼ା ଯିବନାହିଁ। ତଦନ୍ତ ଚାଲିଛି, ସ୍ପଷ୍ଟ ପ୍ରମାଣ ମିଳିଲା ପରେ କାର୍ଯ୍ୟାନୁଷ୍ଠାନ ହେବ।

➡️୧୨-ଶେଷରେ ଭାରତରେ ଗୁଗଲ ନିଜର ଏଆଇ ଆସିଷ୍ଟାଣ୍ଟ-ଜେମିନୀ ମୋବାଇଲ ଆପ କଲା ଲଞ୍ଚ l ଏହି ଆପ ପ୍ଲେ ଷ୍ଟୋରରେ ଏବେ ଉପଲବ୍ଧ ରହିଛି । ଭାରତରେ ଲଞ୍ଚ ହୋଇଥିବା ଏହି ଆପରେ ହିନ୍ଦି ସମେତ ମୋଟ ୯ଟି ଭାରତୀୟ ଭାଷାକୁ ସାମିଲ କରାଯାଇଛି ।

➡️୧୩-ଆସାମରେ ଭୟଙ୍କର ବନ୍ୟା ସ୍ଥିତି । ଲଗାଣ ବର୍ଷା ଯୋଗୁଁ ଅଣାୟତ୍ତ ହୋଇଛି ପରିସ୍ଥିତି । ୧୪ଟି ଜିଲ୍ଲା ବେଶୀ ପ୍ରଭାବିତ ହୋଇଛି l

➡️୧୪-ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆଶ୍ୱସ୍ତି, ମଦ ଦୁର୍ନୀତି ମାମଲାରେ ମିଳିଲା ଜାମିନ l ତାଙ୍କୁ ୧ଲକ୍ଷ ଟଙ୍କାର ଜାମିନ ରାଶି ବଦଳେ କୋର୍ଟ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ରାଉଜ ଏଭେନ୍ୟୁ କୋର୍ଟ କହିଛନ୍ତି ଯେ ୧ଲକ୍ଷ ଟଙ୍କାର ମୁଚାଲିକାରେ କେଜରିୱାଲ ଆଜି ତିହାର ଜେଲରୁ ମୁକୁଳି ପାରିବେ।

➡️୧୫-ହଜ ଯାତ୍ରାରେ ଦାଉ ସାଧିଲା ଖରା । ଗରମ ଯୋଗୁ ୧ ହଜାରରୁ ଅଧିକ ତୀର୍ଥଯାତ୍ରୀଙ୍କ ହେଲାଣି ମୃତ୍ୟୁ । ମୃତକଙ୍କ ମଧ୍ୟରେ ରହିଛନ୍ତି ୭୦ ଭାରତୀୟ ।

➡️୧୬-ବିଶ୍ବର ସର୍ବୋଚ୍ଚ ରେଳ ବ୍ରିଜ୍ ଉପରେ ଟ୍ରେନର ହେଲା ଟ୍ରାଏଲ୍ ରନ୍। ଜମ୍ମୁ କାଶ୍ମୀରରେ ନବନିର୍ମିତ ଚେନାବ ରେଲୱେ ବ୍ରିଜ୍ ଉପରେ ପରୀକ୍ଷାମୂଳକ ଭାବରେ କଲା ଟ୍ରେନ୍ ଚଳାଚଳ l

➡️୧୭-ଋଷର ରାଷ୍ଟ୍ରପତି କିମ ଜୋଙ୍ଗଙ୍କୁ ତାଙ୍କ ଦେଶରେ ନିର୍ମିତ ବିଳାସପୂର୍ଣ୍ଣ ଲିମ୍ବୋଜିନ ଆରସ୍ ସେନାଟ୍ କାର୍ ଉପହାର ଦେଲେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ l

➡️୧୮-ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପର‌ ସୁପର୍‌-୮ ପର୍ଯ୍ୟାୟରେ ଆଫଗାନିସ୍ତାନକୁ ୪୭ ରନ୍‌ରେ ହରାଇଲା l ଭାରତ ତା’ର ପରବର୍ତ୍ତୀ ମ୍ୟାଚ୍‌ ଆସନ୍ତାକାଲି ବାଂଲାଦେଶ ସହ ଖେଳିବ।

➡️୧୯-ପୁଣି ଚମକିବ ବାରବାଟୀ ଷ୍ଟାଡ଼ିୟମ l ଦୀର୍ଘ ୫ ବର୍ଷର ବ୍ୟବଧାନ ପରେ କଟକର ବାରବାଟୀ ଷ୍ଟାଡିୟମରେ ଦିନିକିଆ ମ୍ୟାଚ୍‌ର ହେବ ଆୟୋଜନ l ୨୦୨୫ ଫେବ୍ରୁଆରି ୯ ତାରିଖରେ ଭାରତ ଓ ଇଂଲଣ୍ଡ ମୁହାଁମୁହଁ ‌‌ହେବେ।

➡️୨୦-ଟିମ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଡେଭିଡଙ୍କ ହେଲା ଦେହାନ୍ତ l ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ହାତରେ କଳା ପଟି ବାନ୍ଧି ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଖେଳିଲେ ମ୍ୟାଚ l

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ll*
*🔅ଆଜି ଚନ୍ଦ୍ରପୁଜା ll*
*🔅ଆଜି ନାସ୍ତିକ ଏକତା ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ଟି ସାର୍ଟ ଦିବସ ll*
*🔅ଆଜି ଜାତୀୟ ସେଲଫି ଦିବସ ll*
*🔅ଆଜି ବିଶ୍ୱ ଜିରାଫ୍ ଦିବସ ll*
*🔅ଆଜି ବିଶ୍ୱ ହାଇଡ୍ରୋଗ୍ରାଫି ଦିବସ ll*
*🔅ଆଜି ବିଶ୍ୱ ସଙ୍ଗୀତ ଦିବସ ll