ବେପରୁଆ ଭାରିଯାନ ଚଳାଚଳକୁ ନେଇ ରାସ୍ତାରୋକ,

ବସ୍ତା ( ଦେବାଶିଷ ଦାଶ ) ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅମର୍ଦାରୋଡ ଅଞ୍ଚଳରେ ଭାରିଯାନ ଚଳାଚଳକୁ ନେଇ ରାସ୍ତାରୋକ। ରେଳବିଭାଗ ବିଭାଗ କାର୍ଯ୍ୟାଳୟ ତୃତୀୟ ରେଳ ଲାଇନ କାର୍ଯ୍ୟରେ ନିୟୋଜିତ ଭାରିଜାନ ଗୁଡ଼ିକ ବେପରୁଆ ଚଳାଚଳକୁ ନେଇ କିଛିଦିନ ପୂର୍ବେ ବସନ୍ତପୁର ଛକ ଠାରେ ରାସ୍ତାରୋକ ହୋଇଥିଲା। ପରେ ଜୈନିକ ଠିକାଦାର ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ସହ ଆଲୋଚନା ହୋଇଥିଲା।ମାର୍କେଟରେ ଧୀରେ ଧୀରେ ଗାଡ଼ି ଚଳାଇବା,ମୋରମ, ମାଟି ପରିବହନ ବେଳେ ଢ଼ାଙ୍କି ନେବା,ଛାତ୍ର ଛାତ୍ରୀ ସ୍କୁଲ ଯିବା ଓ ଛୁଟି ସମୟରେ ଏବଂ ହାଟ ଦିନ ୪ ଟା ରୁ ରାତ୍ରୀ ୯ ଘଟିକା ପ୍ରର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ କରାଯିବା,
ସକାଳ ୬ ଠାରୁ ୧୦ ଟା ସନ୍ଧ୍ୟା ୬ ଟାରୂ ୯ ପ୍ରର୍ଯ୍ୟନ୍ତ ଡମ୍ପର ଚଳାଚଳ ବନ୍ଦ ରଖିବା,ରାସ୍ତାରେ ପାଣି ପକାଇବାର ନିଷ୍ପତି ହୋଇଥିଲା।କିଛି ଦିନ ମାନିବା ପରେ ଡମ୍ପର ମାଲିକମାନେ ନିଷ୍ପତିକୁ ନମାନି ବେପରୁଆ ଭାବେ ଚଳାଇବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଥିଲା। ସୂଚନା ଥାଉ କି ଯେ, ରେଳବାଇ ନୂତନ ତୃତୀୟ ଲାଇନ ନିର୍ମାଣ ଦାୟୀତ୍ୱରେ ଥିବା କମ୍ପାନିର ଖାମଖିଆଲି ନୀତିକୁ ବିରୋଧ କରି ସ୍ଥାନୀୟ ଜନସାଧାରଣ ଆଜି ଦିନ ୯ ଘଟିକା ସମୟରେ ଅମର୍ଦ୍ଦା ରୋଡ ମୁଖ୍ୟରାସ୍ତା ଅବରୋଧ କରି ରାସ୍ତାରୋକ କରିଥିଲେ।ଘଟଣାରୁ ପ୍ରକାଶ ଏହିକି ଯେ, ଗତକାଲି ସନ୍ଧ୍ୟା ସମୟରେ ବେପରୁଆ ଭାବେ ଦୃତ ଗତିରେ ଡମ୍ପର ଯାଉଥିବା ସମୟରେ ଅଳ୍ପକେ ବର୍ତ୍ତି ଯାଇଥିଲେ ଦୁଇଜଣ ଏହାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ତେବେ ଏନେଇ ରାସ୍ତାରୋକ କରିବା ପରେ ବସ୍ତା ପୋଲିସ ଓ ବସ୍ତା ତହସିଲଦାର ନିର୍ଦ୍ଦେଶକ୍ରମେ ଅମର୍ଦାରୋଡ ଆର୍ ଆଇ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ।ପୂର୍ବରୁ ହୋଇଥିବା ନିଷ୍ପତି ଅନୁଯାୟୀ କାର୍ଯ୍ୟ କରିବା ଏବଂ ଅମର୍ଦ୍ଦାରୋଡ ଠାରୁ ଇନ୍ଦିରା ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ଜିଦରେ ଅଡି ବସିଥିଲେ।କାରଣ ଜବର ଦଖଲକାରୀଙ୍କ ଯୋଗୁଁ ରାସ୍ତା ସଙ୍କୁଚିତ ହେବା ସହ ଦୋକାନ ସମ୍ମୁଖରେ ଘଣ୍ଟାଘଣ୍ଟା ସମ୍ମୁଖରେ ଯାନବାହାନ ରଖିବା ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜୁଥିବାରୁ ଅସନ୍ତୋଷ ଦେଖାଦେଇଥିଲା।ନିଷ୍ପତି ହୋଇଥିବା ସମସ୍ତ ସର୍ତ୍ତମୂତାବକ ପାଳନ କରିବାର ପ୍ରତିଶ୍ରୁତି ଦେବାପରେ ପ୍ରାୟ ଦିନ ୧୧ ଘଟିକା ସମୟରେ ରାସ୍ତାରୋକ ହଟିଥିଲା।ତେବେ ଯଦି ଡମ୍ପର ମାଲିକ ନିଷ୍ପତି ମୁତାବକ କାର୍ଯ୍ୟ ନକରିଲେ ଭାରିଯାନ ଚଳାଚଳକୁ କଡା ବିରୋଧ କରାଯିବାର ସ୍ଥାନୀୟ ଲୋକେ କଡା ଚେତାବନୀ ଦେଇଛନ୍ତି।