April 26, 2026

କେନଲରେ ବୁଡି ଯୁବକଙ୍କ ମୃତ୍ୟୁ

IMG-20260321-WA0058
Share

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, କଳମପୁର ଥାନା ଅନ୍ତର୍ଗତ ପାତ୍ରବସା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ନେବାରେ ଜଣାପଡିଛି ଯେ’, ପାତ୍ରବସା ଗ୍ରାମ ନିକଟ ଦେଇ ଇନ୍ଦ୍ରାବତୀ ଜଳଭଣ୍ଡାରର ଦକ୍ଷୀଣ ମୁଖ୍ୟ କେନାଲ ବୋହିଯାଇଛି।ଏହି କେନାଲରେ ଆଜି ସକାଳେ ଉକ୍ତ ଗ୍ରାମର ଝସକେତନ ନାଏକ ନାମକ ଯୁବକ ଗାଧୋଇବାକୁ ଯାଇଥିଲେ। କିନ୍ତୁ ସେଠାରେ କୌଣସି କାରଣରୁ ତାଙ୍କର ଗୋଡ ଖସିଯିବାରୁ ଯୁବକ ଜଣକ କେନାଲର ଗଭୀର ପାଣିରେ ବୁଡି ଯାଇଥିଲେ ସେଠାରେ ଗାଧୋଉଥିବା ଗ୍ରାମର ଅନ୍ୟ କିଛି ବ୍ୟକ୍ତି ଏହା ଦେଖି ଉକ୍ତ ଯୁବକଙ୍କୁ ପାଣି ଭିତରେ ଖୋଜାଖୋଜି କରିଥିଲେ କିନ୍ତୁ ଯୁବକଙ୍କ କୌଣସି ପତ୍ତା ମିଳିନଥିଲା। ଏହାପରେ ସ୍ଥାନୀୟ ଗ୍ରାମବାସି, କଳମପୁର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅତିଶୀଘ୍ର ଅଗ୍ନିଶମ ବିଭାଗ କର୍ମଚାରି ଘଟଣା ସ୍ଥଳରେ ପହଞ୍ଚି କେନାଲ ମଧ୍ୟରୁ ଯୁବକଙ୍କୁ ଉଦ୍ଧାର କରି କଳମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିବା ସହ କଳମପୁର ପୋଲିସକୁ ସୂଚନା ଦେଇଥିଲେ। ଏହାପରେ କଳମପୁର ପୋଲିସ ସେଠାରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ଜବତ କରିବାସହ ଶବ ବ୍ୟବଛେଦ ପାଇଁ ଶବକୁ ଜୟପାଟଣା ଚିକିତ୍ସାଳୟକୁ ପଠାଇଥିଲା ଏବଂ ଶବ ବ୍ୟବଛେଦ ପରେ କଳମପୁର ପୋଲିସ ଶବକୁ ଦାହ କରିବା ପାଇଁ ମୃତ ଯୁବକଙ୍କ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିଥିଲା।