July 27, 2026

ଶିଶୁ ମନ୍ଦିରରେ ବିଶ୍ବ କଣ୍ଢେଇ ଦିବସ ପାଳିତ 

IMG-20260321-WA0053
Share

ବୁଗୁଡ଼ା : ତା ୨୧/୦୩/୨୬ : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ବାଟିକା ପକ୍ଷରୁ କଣ୍ଢେଇ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ଅରୁଣ, ଉଦୟ ଓ ପ୍ରଭାତ ଶ୍ରେଣୀର ଶିଶୁମାନଙ୍କୁ ନେଇ ବିଭିନ୍ନ ବେଶ ଧାରଣ କାର୍ଯ୍ୟକ୍ରମ ସାଙ୍ଗକୁ କଣ୍ଢେଇ ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହୋଇଥିଲା ଏବଂ ଶିଶୁମାନେ ଏହାକୁ ମନଭରି ଉପଭୋଗ କରିଥିଲେ । ଏ ଯୁଗରେ ମୋବାଇଲ୍ ଏବଂ କାର୍ଟୁନ ଯୋଗୁଁ ପିଲାମାନଙ୍କ ମଧ୍ୟରେ କଣ୍ଢେଇ ପ୍ରତି କମିଯାଇଥିବା ରୁଚିକୁ ପୁନଃଜାଗରଣ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ବେଳେ ଏଥିରେ ଅତିଥି ଭାବେ ଅବସରପ୍ରାପ୍ତା ପ୍ରଧାନ ଶିକ୍ଷୟିତ୍ରୀ ଗୋମତି ଦାଶ ଯୋଗ ଦେଇ ଶିଶୁମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ପ୍ରଧାନାଚାର୍ଯ୍ଯ ଆଟଲ୍ ଲିଙ୍ଗରାଜଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଗୁରୁମା ସୁଜାତା ମହାପାତ୍ର, ଅର୍ଚ୍ଚନାମୟୀ ପାତ୍ର, ପାପା ବିଷୋୟୀ, ରାକ୍ଷୀ ସ୍ବାଇଁ, ଜୟଶ୍ରୀ ଦୋରା, ସ୍ବର୍ଣ୍ଣମୟୀ ବେହେରାଙ୍କ ସମେତ ଅନ୍ୟାନ୍ୟ ସେବାବ୍ରତୀମାନେ ସକ୍ରିୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶିଶୁ ବାଟିକା ପ୍ରମୁଖ ଗୁରୁମା ମମତା କୁମାରୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଗୁରୁମା ରଶ୍ମିତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

You may have missed