ଟୀକା ନେବା ପରେ ଶିଶୁ ପୁତ୍ରର ଜୀବନ ଗଲା..
ବୁଗୁଡ଼ା,ଟୀକା ନେବା ପରେ ଜଣେ ୫ ମାସର ଶିଶୁ ପୁତ୍ରର ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି l ମୃତ ଶିଶୁ ଜଣକ ହେଲେ ବୁଗୁଡ଼ା ନେଳିଆ ବନ୍ଧ ସାହିର ମାଗି ନାୟକଙ୍କ ପୁତ୍ର ସାଇ ନାୟକ lଟୀକା ଦାନ ଚାଲି ଥିବାରୁ ଆଶା ଦିଦିଙ୍କ ପରାମର୍ଶ କ୍ରମେ ସକାଳ ସାଢେ ୧୧ ଟା ବେଳେ ମେଡିକାଲରେ ପେଣ୍ଟା-ଥ୍ରି , ରୋଟା-ଥ୍ରି ଟୀକା ସହ ଆଇପିଭି ବୁନ୍ଦା ନେଇଥିଲା l ଜ୍ୱର ଆସିଲେ ଔଷଧ ଦେବା ପାଇଁ ଆଶା ଦିଦି ଏକ ପାରାସିଟାମଲ୍ ସିରଫ୍ ମଧ୍ୟ ଦେଇଥିଲେ l ଟୀକା ନେବା ପରେ ଶିଶୁ ପୁତ୍ରକୁ ଧରି ବାପା ଓ ମାଆ ଘରକୁ ଫେରିଥିଲେ l ତେବେ ସେହି ଦିନ ସନ୍ଧ୍ୟା ୪ଟାରେ ଜ୍ୱର ଆସିବାରୁ ଆଶା ଦିଦି ଦେଇଥିବା ଔଷଧ ଦେଇଥିଲେ l ଔଷଧ ଦେବା ପରେ ଟିକିଏ ତାତି କମିଥିଲା କିନ୍ତୁ ସାଢେ ୭ଟା ବେଳକୁ ଦେହ ପୁରା ଥଣ୍ଡା ହୋଇଗଲା ଏବଂ ବୁଗୁଡ଼ା ମେଡିକାଲ ଆଣିଲା ବେଳକୁ ରାସ୍ତାରେ ହିଁ ଜୀବନ ଚାଲିଗଲା l ମେଡିକାଲରେ ପହଞ୍ଚିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ l ଦୁଇ ଝିଅରେ ପୁଅ ହୋଇଥିବାରୁ ପରିବାର ଲୋକେ ବେଶ୍ ଖୁସିରେ ଥିବା ବେଳେ ଶିଶୁର ମୃତ୍ୟୁ ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି l ମାଆ ସାବିତ୍ରୀଙ୍କ କାନ୍ଦ ବୋବାଳି ରେ ମେଡିକାଲ ପରିସର ଫାଟି ପଡିଥିଲା l ମୋ ପିଲାକୁ ଟୀକା ଦେଇ ମାରିଦେଲେ ବୋଲି ପିତା ମାଗି ନାୟକ ଅଭିଯୋଗ କରିଥିବା ବେଳେ ମେଡିକାଲ ପରିସରରେ ଲୋକଙ୍କ ଉତ୍ତେଜନା ଦେଖାଦେଇଛି।(ହର ପ୍ରସାଦ ପାଢ଼ୀ ଙ୍କ ରିପୋର୍ଟ)