April 28, 2026

ଆଗକୁ ଭୟଙ୍କର ହେବ ଆମ ଆନ୍ଦୋଳନ, କଳାବ୍ୟାଚ ଧାରଣ କରି କହିଛନ୍ତି ପୁରୀଜିଲ୍ଲା ପ୍ରାକୃତିକ ବିପର୍ଯୟ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ..

grp
Share

ଆଜି ପୁରୀଜିଲ୍ଲା ପ୍ରାକୃତିକ ବିପର୍ଯୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବ୍ରହ୍ମଗିରି ଶ୍ରୀଅଲାରନାଥ ମନ୍ଦିର ପରିସରରେ ଏକ ବିଶାଳ ସମାବେଶ ର ଆୟୋଜନ କରାଯାଇଥିଲା l ଅନୁଷ୍ଠାନ ର ଆବାହକ ବିହାରୀବନ୍ଧୁ ପଳାଇଙ୍କ ଅଧକ୍ଷତାରେ ସଭାପତି ଦେବରାଜ ବଳିୟାରସିଂ, ବିମ୍ବାଧର ବରାଳ, ସୁନ୍ଦରୀ ମହାରଣା, କୁମାରୀ ଜେନା, ସୁଲୋଚନା ଭୋଇ ଓ ଗଦାଧର ସାମନ୍ତସିଂହାରଙ୍କ ସହିତ ଦୁଇଶହ ରୁ ଉର୍ଦ୍ଧ ପୁରୁଷ ମହିଳା କଳାବ୍ୟାଚ ଧାରଣ କରି ଆଗକୁ ସରକାରଙ୍କ କର୍ମଚାରୀ ମାନଙ୍କୁ ଗ୍ରାମ ମଧ୍ୟକୁ ପ୍ରବେଶ କରିବାକୁ ଦେବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି l ଆଗରୁ ନିଜ ଅଧିକାର ପାଇଁ ରାଜରାସ୍ତା ରୋକିବା ସହିତ ସଚିବାଳୟ ଘେରାଉ କରି ଜେଲ ଯାଇ କୌଣସି ସୁଫଳ ମିଳିନଥିବାରୁ, ଆଜିଠାରୁ କଳାବ୍ୟାଚ ପିନ୍ଧି ଗାଁ ମଧ୍ୟକୁ କୌଣସି ସରକାରୀ କର୍ମଚାରୀଙ୍କୁ ପୁରାଇ ଦେବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି ପୁରୀଜିଲ୍ଲା ପ୍ରାକୃତିକ ବିପର୍ଯୟ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ l ଆଗକୁ ଦେଖିବାକୁ ରହିଲା ଫନି କ୍ଷତିଗ୍ରସ୍ତ କେବେ ପାଉଛନ୍ତି ନିଜର କ୍ଷତିପୂରଣ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ )

You may have missed