April 27, 2026

ଅଙ୍ଗଦାନ କରି ଅମର ହୋଇଥିବା ଅନସୂୟାଙ୍କ ଦ୍ୱାଦଶାହ ସ୍ମୃତି ସଭା ; ଜେଜେ ମାଆଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଙ୍ଗଦାନ ପାଇଁ ନାତିଙ୍କ ଶପଥ

IMG-20260121-WA0096
Share

 

ବେଲଗୁଣ୍ଠା, ୨୧/୦୧, ମୃତ୍ୟୁ ପରେ ଅଙ୍ଗଦାନ କରି ମହିଳାଙ୍କ ପାଇଁ ଆଦର୍ଶ ପାଲଟି ଥିବା ସ୍ଵର୍ଗତ ଅନସୂୟା ନାୟକଙ୍କ ଦ୍ୱାଦଶାହ ସ୍ମୃତି ସଭା ଆଜି ତାଙ୍କ ଠେଙ୍ଗାଧରା ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି I ଆଜିର ଏହି କାର୍ଯ୍ୟକ୍ରମରେ କରଚୁଲି ମଠ ମହନ୍ତ ସତ୍ୟାନନ୍ଦ ଜୀ ମହାରାଜ,ତାକରଡା ମଠ ସାଧୁ ଅଶୋକାନନ୍ଦ ବ୍ରହ୍ମଚାରୀ, ଗହଙ୍ଗୁ ମଠ ମହନ୍ତ ରାଘବାନନ୍ଦ ଦାସ, ମଣିପୁର ମଠ ରାମାନନ୍ଦ ବ୍ରହ୍ମଚାରୀ, ଶିବାନନ୍ଦ ବ୍ରହ୍ମଚାରୀ, ଶିବରାମ ଦାସ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସମେତ ବହୁ ସାଧୁ, ସନ୍ଥ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ଅନସୂୟାଙ୍କ ସ୍ମୃତି ଚାରଣ କରିବା ସହ ତାଙ୍କ ଅଙ୍ଗଦାନ ନିଷ୍ପତିକୁ ଉଚ୍ଚ ପ୍ରଶଂସା କରିଥିଲେ I ଏହି ଅବସରରେ ଅନସୂୟାଙ୍କ ନାତି ଶୁଭକାନ୍ତ ନାୟକ ମଧ୍ୟ ନିଜ ଅଙ୍ଗଦାନ ପାଇଁ ଶପଥ ନେଇଥିବା ଜାଣି ସମସ୍ତେ ଉଚ୍ଚ ପ୍ରଶଂସା କରିଥିଲେ I କାର୍ଯ୍ୟକ୍ରମକୁ ଅନସୂୟାଙ୍କ ପୂତ୍ର ଲକ୍ଷ୍ମୀ ନାରାୟଣ, ଭଞ୍ଜ କିଶୋର, ପବିତ୍ରଙ୍କ ସମେତ ପରିବାର ସଦସ୍ୟ ପରିଚାଳନା କରିଥିଲେ Iବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ