ପଞ୍ଚାୟତ ଫାଇଟ୍ ପୂର୍ବରୁ ପୌର ପରୀକ୍ଷା ….
ଭୁବନେଶ୍ୱର ( ଦେବାଶିଷ ଦାଶ )
ଆସନ୍ତା ବର୍ଷ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି।
ହେଲେ ତାହାର ପୂର୍ବରୁ ରାଜନୈତିକ ଦଳମାନଙ୍କ ପାଇଁ
ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଭାବେ ପୌର ନିର୍ବାଚନ ସାମ୍ନାକୁ ଆସୁଛି।
ଡିସେମ୍ବର ମାସରେ ନୂଆ ସରକାର ଘୋଷଣା କରିଥିବା ୨୮ଟି ନୂଆ ଏନଏସିରେ ନିର୍ବାଚନ ହେବାର ସମ୍ଭାବନା ରହିଛି।
ସୂଚନା ଅନୁସାରେ ଏହି ନିର୍ବାଚନ ଜୁନ୍ ମାସରେ ହୋଇପାରେ।
ଏହାକୁ ନେଇ ପ୍ରଶାସନିକ ତୟାରି ତ୍ୱରାନ୍ବିତ ହୋଇଛି। ରାଜ୍ୟ ନିର୍ବାଚନ କମିଶନ ସରକାରଙ୍କୁ
ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ନୂଆ ଏନଏସିର ସୀମା ନିର୍ଦ୍ଧାରଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୀମା ନିର୍ଦ୍ଧାରଣ ପରେ ସଂରକ୍ଷଣ ବ୍ୟବସ୍ଥା ଯଥା ଏସସି, ଏସଟି ଓ ମହିଳା ସଂରକ୍ଷଣ ଘୋଷଣା କରାଯିବ। ତାପରେ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହେବ। ଭୋଟର ତାଲିକାରେ ନୂଆ ନାମ ଯୋଗ ଏବଂ ତ୍ରୁଟି ସଂଶୋଧନ ପାଇଁ ସୁଯୋଗ ମିଳିବ।
ସମସ୍ତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ
ନିର୍ବାଚନ ତାରିଖ ଘୋଷଣା କରାଯିବ। ପୌର ନିର୍ବାଚନକୁ ପଞ୍ଚାୟତ ନିର୍ବାଚନର
ସେମିଫାଇନାଲ୍ ଭାବେ ଦେଖାଯାଉଛି। ଏହି ନିର୍ବାଚନର ଫଳାଫଳ ଆଗାମୀ ଗ୍ରାମୀଣ ରାଜନୀତିର ଦିଶା ନିର୍ଦ୍ଦେଶ.
