ବାଟମଙ୍ଗଳା ପ୍ରାଥମିକ ସେବା ସମିତି ର ଧାନମଣ୍ଡି ଉଦଘାଟନ ..
ତିର୍ତ୍ତୋଲ 21/1/2026: ତିର୍ତ୍ତୋଲ ବ୍ଲକ ଗୋପାଳପୁର ପଞ୍ଚାୟତର କୀର୍ତ୍ତନପୁର ସ୍ଥିତ ବାଟମଙ୍ଗଳା ପ୍ରାଥମିକ ସେବା ସମବାୟ ସମିତି ତରଫରୁ ପ୍ରଥମଥର ପାଇଁ, ଧାନମଣ୍ଡି ଉଦଘାଟନ ଉତ୍ସବ ସ୍ଥାନୀୟ ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ୱାଇଁ ଙ୍କ ପ୍ରତକ୍ଷ୍ୟତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ତିର୍ତ୍ତୋଲ ବିଧାୟକ ପ୍ରଫେସର ଡ଼ ରମାକାନ୍ତ ଭୋଇ, ମୁଖ୍ୟବକ୍ତା ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ ଭୋଇ ଓ ସମ୍ମାନିତଅତିଥି ଭାବେ ଜିଲ୍ଲାପରିଷଦ ଉପାଧ୍ୟାକ୍ଷା ସୁଜାତା ମହାନ୍ତି, ତିର୍ତ୍ତୋଲବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ମହାନ୍ତି, ବିଶିଷ୍ଟ ସମାଜସେବୀ ଅଶ୍ୱିନୀ ଦାସ, ଓ ପୂର୍ବତନ ସମିତିସଭ୍ୟା ମମତା ଦାଶ, ଆରଏମସିର ସମ୍ପାଦକ ସୂର୍ଯ୍ୟକାନ୍ତ ଦାସ ପ୍ରମ୍ମୁଖ ମଞ୍ଚାସିନ ହୋଇ ସମବାୟ ସମିତି ଓ ଧାନମଣ୍ଡି ର ଉପାଦେୟତା ଓ ଉପକାରିତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଶେଷରେ ସମ୍ପାଦକ ଅସିତ କୁମାର ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଗୋପାଳପୁର ଠାରେ ପୂର୍ବତନ ସରପଞ୍ଚ ମୃଣ୍ମୟ ସ୍ୱାଇଁଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ପ୍ରାକ୍ତନ ସରପଞ୍ଚ ବିଜୟ କୁମାର ମହାନ୍ତି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ଚାଷୀ ମାନଙ୍କ ମଧ୍ୟରେ ମହେନ୍ଦ୍ର କୁମାର ପ୍ରଧାନ, ପ୍ରଳୟ କୁମାର ରାଉତ, ପ୍ରିୟବାସ ସ୍ୱାଇଁ, ଲକ୍ଷ୍ମୀଧର ରାଉତ, ମାଗୁଣି ରାଉତ, ତନ୍ମୟ ବଳ, ପରମାନନ୍ଦ ପରିଡା ଓ ପ୍ରଶାନ୍ତ କୁମାର ସ୍ୱାଇଁଙ୍କ ସମେତ ସ୍ଥାନୀୟ ଅଞ୍ଚଳ ର ବହୁ ଚାଷୀଭାଇ ଓ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
