September 8, 2026

ପୁରୀରେ ଉତ୍କଳମଣୀ ସେବା ସମ୍ମାନ ପ୍ରଦାନ

IMG-20251220-WA0024
Share

 

ଓଡିଶା ସ୍ବେଛାସେବୀ ମହାସଂଘ ଆନୁକୂଲ୍ୟରେ ଆୟୋଜିତ ପୁରୀଜିଲ୍ଲା ସ୍ବେଛାସେବୀ ସଂଘ ପକ୍ଷରୁ ରାଜ୍ୟସ୍ତରୀୟ ଉତ୍କଳମଣୀ ସେବା ସମ୍ମାନ ଉତ୍ସବ ପୁରୀ ଚକ୍ରତୀର୍ଥ ରୋଡ଼ ସଂସ୍କୃତି ଭବନ ସଭାଗୃହ ରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ପୁରୀ ସଦର ବିଧାୟକ ତଥା ପୁରୀଜିଲ୍ଲା ସ୍ବେଛାସେବୀ ସଂଘର ଅଧକ୍ଷ ଜୟନ୍ତ କୁମାର ଷଡ଼ଙ୍ଗୀ, ସୂଚନା ଓ ଲୋକସମ୍ପର୍କ ବିଭାଗ ରାଜ୍ୟ ଉପନିର୍ଦେଶକ ସନ୍ତୋଷ କୁମାର ସେଠୀ, ସଂଘର ଉପଦେଷ୍ଟା ଅମରବର ବିଶ୍ୱାଳ ଏବଂ ସମ୍ମାନିତ ଅତିଥିଭାବେ ଚାନ୍ଦମଣୀ ଦେଇ,କଲ୍ୟାଣୀ ମାମ, ପ୍ରଫେସର ହରିହର କାନୁନଗୋ, କ୍ୟାପଟେନ ସଂଜୀବ କୁମାର ମୁଦୁଲି, ଲକ୍ଷ୍ମୀନାରାୟଣ ଦାସ, ସନ୍ଧ୍ୟାରାଣୀ ରଥ, ଆଡଭୋକେଟ ପ୍ରଧାନ ଧିରେନ ରାୟ, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ,ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ମଧୁସୂଦନ ସିଂହାରୀ ପ୍ରମୁଖ ମଞ୍ଚାସିନ ହୋଇ ବିଭିନ୍ନ ସ୍ବେଛାସେବୀ ସଂଗଠନ କୁ ସମ୍ମାନିତ କରିଥିଲେ l ସଂଘର ସମସ୍ତ ସଦସ୍ୟ ସଦସ୍ୟା ଏହି କାର୍ଯ୍ୟକ୍ରମ ପରିଚାଳନା ରେ ପୂର୍ଣ୍ଣ ସହଯୋଗ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed