April 29, 2026

ଖାମଖିଆଲି ଭାବେ କାମ କରୁଛି ପୂର୍ତ୍ତ ବିଭାଗ ..

IMG-20251120-WA0033
Share

       ଖାମଖିଆଲି ଭାବେ କାମ କରୁଛି ପୂର୍ତ୍ତ ବିଭାଗ । ପୂର୍ତ୍ତ ବିଭାଗ ଅଧିନରେ ଚାଲିଛି ରାସ୍ତା କାମ । ଉକ୍ତ ରାସ୍ତା ର ନାମ କରଣ ସି ଏମ ଏ ରୋଡ ରହିଛି । ଏହାର ଅର୍ଥ ହେଉଛି ଚିତ୍ରଡା – ମୋରଡା – ଅମର୍ଦା । ସୂଚନାଯୋଗ୍ୟ ଯେ ଚିତ୍ରଡା – ମୋରଡା – ଅମର୍ଦା ରାସ୍ତା ର ନିର୍ମାଣ କାମ ଚାଲିଛି । କାମ ପାଖାପାଖି ୭୦ ଭାଗ ସରିଛି । ଏହାରି ଭିତରେ ରାସ୍ତା ର ନାମକରଣ ମଧ୍ୟ କରାଯାଇଛି । ପୂର୍ତ୍ତ ବିଭାଗ ପକ୍ଷରୁ ଚିତ୍ରଡା ଠାରେ ଏକ ବଡ ହୋଡିଙ୍ଗ ଲଗାଯାଇଛି । ଉକ୍ତ ହୋଡିଙ୍ଗ ରେ ପୂର୍ତ୍ତ ବିଭାଗ ପକ୍ଷରୁ ସ୍ୱାଗତ ଓ ବିଦାୟ ର କଥା ଲେଖାଯାଇଥିବା ବେଳେ କେଉଁଠି କୁ କେତେ କିମି ମଧ୍ୟ ଲେଖାଯାଇଛି । ବଡ କଥା ହେଲା ରାସ୍ତା ର ନାମକରଣ ଅନୁଯାୟୀ ଲେଖାଯିବାକୁ ଥିବା ବେଳେ ପୂର୍ତ୍ତ ବିଭାଗ ମୋରଡା କୁ କେତେ କିମି ଲେଖି ନାହଁ । ମୋରଡା ନିର୍ବାଚନୀ ମଣ୍ଡଳର ମୁଖ୍ୟ ମୋରଡା ହେଡକ୍ୱାଟର୍ସକୁ ଲେଖି ନଥିବାରୁ ତ୍ରୀବ ଅସନ୍ତୋଷ ପ୍ରକାଶ ପାଇଛି । ଅପରପକ୍ଷରେ ରାସ୍ତା ର ନାମକରଣ ପୂର୍ବରୁ ସ୍ଥିର ହୋଇଥିବା ବେଳେ ଖାମଖିଆଲି ଭାବେ ଏପରି ଭୁଲ କରିଛି ନା ଜାଣିଶୁଣି ଏପରି କରିଛି ପୂର୍ତ୍ତ ବିଭାଗ ବୋଲି ଉଠିଛି ପ୍ରଶ୍ନ । ଅପରପକ୍ଷରେ ଉକ୍ତ ରାସ୍ତା ର ଶେଷ ଅମର୍ଦା ପାଖ ତଥା ବାଲେଶ୍ବର ସୀମା ରେ ଯେଉଁ ହୋଡିଙ୍ଗ ଲଗାଯାଇଛି ସେଠାରେ ଅମର୍ଦା କୁ ୩ କିମି ଓ ମୋରଡା କୁ ୨୧ କିମି ଲେଖାଯାଇଥିବା ଦେଖିବାକୁ ମିଳିଛି । ତେବେ ସେଠାରେ ଲାଗିଥିବା ହୋଡିଙ୍ଗ ରେ ସଠିକ ଭାବେ ରାସ୍ତା ନାମକରଣ ଅନୁଯାୟୀ ଲେଖାଯାଇଥିବା ବେଳେ ଚିତ୍ରଡା ପାଖରେ ଲାଗିଥିବା ହୋଡିଙ୍ଗ ରେ କାହିଁକି ଲେଖାଗଲା ନାହିଁ ବୋଲି ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ପୂର୍ତ୍ତ ବିଭାଗ ର ଏପରି ଖାମଖିଆଲି ମନୋଭାବ କୁ ମୋରଡା ପ୍ରେସ କ୍ଲବ , ମୋରଡା ବଣିକ ସଂଘ ସହିତ ଜନସାଧାରଣ ଦୃଢ ନିନ୍ଦା କରିଛନ୍ତି । ଯଥାଶୀଘ୍ର ବିଭାଗ ଏହାକୁ ସଠିକ ନକରେ ତେବେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି କହିଛନ୍ତି ବଣିକ ସଂଘ ର ସଭାପତି ସୈରଭ ରଞ୍ଜନ ମହାନ୍ତି ।

You may have missed