April 27, 2026

ନୀତୀଶ ସରକାରରେ ବିଜେପି ପାଓ୍ୱାରଫୁଲ୍ ; ଏକାକି ହାତେଇଲା ଅଧାରୁ ଅଧିକ ମନ୍ତ୍ରୀ ପଦ

IMG-20251120-WA0030
Share

 

ବିହାର ସରକାରରେ ପୂର୍ବରୁ ପାର୍ଟନର ଥିବା ବିଜେପି ଏବେ ନୂଆ ସରକାରରେ ହୋଇଛି ଅଧିକ ପାଓ୍ୱାରଫୁଲ୍ । ନୀତୀଶଙ୍କ ନୂଆ ସରକାରରେ ୨୬ ମନ୍ତ୍ରୀପଦରୁ ବିଜେପି ଏକାକି ୧୪ ମନ୍ତ୍ରୀ ପଦ ହାତେଇନେଇଛି ।

 

 

ବିହାର ସରକାରରେ ପୂର୍ବରୁ ପାର୍ଟନର ଥିବା ବିଜେପି ଏବେ ନୂଆ ସରକାରରେ ହୋଇଛି ଅଧିକ ପାଓ୍ୱାରଫୁଲ୍ । ନୀତୀଶଙ୍କ ନୂଆ ସରକାରରେ ୨୬ ମନ୍ତ୍ରୀପଦରୁ ବିଜେପି ଏକାକି ୧୪ ମନ୍ତ୍ରୀ ପଦ ହାତେଇନେଇଛି । ଖାଲି ସେତିକି ନୁହେଁ , ଦୁଇ ଉପ-ମୁଖ୍ୟମନ୍ତ୍ରୀ ପଦ ବି ନିଜ ପାଖରେ ରଖିଛି ବିଜେପି। ଯାହା ପରେ ଚର୍ଚ୍ଚା ହେଉଛି ଯେ, ବିହାରରେ ମୁଖ୍ୟମନ୍ତ୍ରୀ ଆସନରେ ନିଜ ଦଳର ନେତାକୁ ବସାଇ ନପାରିଲେ ବି, ସରକାରରେ କିନ୍ତୁ ପାଓ୍ୱାରଫୁଲ୍ ହେଇଛି ବିଜେପି ।

 

ନୀତୀଶ କୁମାରଙ୍କ ସହିତ ୨୬ ଜଣ ମନ୍ତ୍ରୀ ବିହାର ଗାନ୍ଧୀ ମୈଦାନରେ ଶପଥ ନେଇଛନ୍ତି । ସେମାନଙ୍କ ଭିତରୁ ୧୪ ଜଣ ମନ୍ତ୍ରୀ ବିଜେପି କୋଟାରୁ ହୋଇଥିବାବେଳେ, ଜେଡିୟୁ କୋଟାରୁ ୮ ଜଣ ନେତା ମନ୍ତ୍ରୀ ହୋଇଛନ୍ତି । ତେବେ ବିଜେପି କୋଟାରୁ ସମ୍ରାଟ ଚୌଧୁରୀ ଆଉ ବିଜୟ କୁମାର ସିହ୍ନା ଉପ-ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିଛନ୍ତି । ତେଣୁ ଦେଖିବାକୁ ଗଲେ, ମୁଖ୍ୟମନ୍ତ୍ରୀ ପଦ କେବଳ ଜେଡିୟୁ ପାଖରେ ରହିଥିଲେ ବି, ଅଧାରୁ ଅଧିକ ମନ୍ତ୍ରୀ ପଦ ରହିଛି ବିଜେପି ନେତାଙ୍କ ପାଖରେ ।

 

ମନ୍ତ୍ରିମଣ୍ଡଳରେ ପାଓ୍ୱାରଫୁଲ୍ ହେବା ସହିତ ବିଧାନସଭା ଭିତରେ ବି ବିଜେପି ଶକ୍ତିଶାଳୀ ହେବ । କାହିଁକି ନା ବିହାର ବିଧାନସଭାର ବାଚସ୍ପତି ପୋଷ୍ଟକୁ ବିଜେପି ନିଜ ପାଖରେ ରଖିଛି । ତେବେ ବାଚସ୍ପତି ପଦ ଜେଡିୟୁ ନିଜ ପାଖରେ ରଖିବାକୁ ଚାହୁଁଥିଲା । ହେଲେ ବିଜେପି କିନ୍ତୁ ନୀତୀଶଙ୍କୁ ମନାଇବାରେ ସଫଳ ହେଇଛି । ଯାହା ପରେ ଏବେ ବିଜେପି ପାଖରେ ରହିଛି ବିଧାନସଭାର ବାଚସ୍ପତି ପୋଷ୍ଟ ।

 

 

 

ନୀତୀଶଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେଇସାରିଥିଲେ ବି, ଏଯାଏଁ ମନ୍ତ୍ରିମାନଙ୍କ ଭିତରେ ବିଭାଗ ଭାଗବଣ୍ଟା ହେଇନି । ତେଣୁ ଚର୍ଚ୍ଚା ହେଉଛି, ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ବିଜେପି ନିଜ ପାଖରେ ରଖିପାରେ । ଖାସ୍ କରି ଗୃହ ବିଭାଗ ଆଉ ଅର୍ଥ ବିଭାଗ ନିଜ ପାଖରେ ରଖିପାରେ ବିଜେପି । ହେଲେ ଯେବେଠୁ ନୀତୀଶ ନିଜର ସରକାର କରିଛନ୍ତି, ସେବେଠୁ ଗୃହ ବିଭାଗକୁ ନିଜ ପାଖରେ ରଖିଛନ୍ତି ନୀତୀଶ । ତେଣୁ ଯଦି ଏଥର ଗୃହ ବିଭାଗ ବିଜେପି ପାଖକୁ ଯାଏ, ତେବେ ବିଜେପି ପାଇଁ ଏହା ବଡ଼ କଥା ହେବ ।

 

ନୀତୀଶଙ୍କ ଏହି ନୂଆ ମନ୍ତ୍ରିମଣ୍ଡଳରେ ବିଜେପିର ୧୪ ଜଣ ମନ୍ତ୍ରୀ ରହିଥିବାବେଳେ, ଜେଡିୟୁର ରହିଛନ୍ତି ୮ ଜଣ ମନ୍ତ୍ରୀ । ସେହିପରି ଚିରାଗ ପାସଓ୍ୱାନଙ୍କ ଏଲଜେପି (ଆର୍)ରୁ ଦୁଇ ଜଣ ନେତା ମନ୍ତ୍ରୀ ହୋଇଛନ୍ତି ଆଉ ଜୀତନ ରାମ ମାଞ୍ଝୀଙ୍କ ହାମରୁ ଜଣେ ଏବଂ ଉପେନ୍ଦ୍ର କୁଶବାହାଙ୍କ ରାଷ୍ଟ୍ରୀୟ ଲୋକମୋର୍ଚ୍ଚାରୁ ଜଣେ ନେତା ମନ୍ତ୍ରୀ ହୋଇଛନ୍ତି ।