April 27, 2026

ଗଜପତି : ୨୦ ବର୍ଷ ଧରି ଠକ ଉପଭୋଗ କରୁଛି ପେନସନ ଟଙ୍କା…… ଖତ ଗଦାରୁ ପ୍ଲାଷ୍ଟିକ ବୋତଲ ଗୋଟାଇ ଦୁଃଖଦ ଜୀବନ ବିତାଉଛି ବିଧବା ବୃଦ୍ଧା 

IMG-20251120-WA0024
Share

 

 

ପାରଳାଖେମୁଣ୍ଡି:୨୦/୧୧(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ 10 ବର୍ଷ ଧରି ଜଣେ ଠକ ଉପଭୋଗ କରୁଛି ଜଣେ ବୃଦ୍ଧାଙ୍କ ବିଧବା ପେନସନ ଟଙ୍କା. ଖତଗଦାରୁ ଏବଂ ଗ୍ରାମର ବିଭିନ୍ନ ଅଞ୍ଚଳରେ ପଡ଼ିଥିବା ପଲିଥିନ ଓ ପ୍ଲାଷ୍ଟିକ ବୋତଲ ଗୋଟାଇ କାହାକୁ ବିକ୍ରି କରି ସେଥିରୁ ମିଳୁଥିବା ମାତ୍ର କିଛି ପଇସାରେ ଅତ୍ୟନ୍ତ ଦୁଃଖଦ ଜୀବନ ବିତାଉଛନ୍ତି ଜଣେ ବିଧବା ବୃଦ୍ଧା. ଏହି ଘଟଣା ଲୋକଲୋଚନକୁ ଆସିବା ପରେ ଥାନାରେ ଜଣାଇ ଦିଆ ଯାଇଥିବା ଗ୍ରାମବାସୀ ପ୍ରକାଶ କରି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ପୋଲିସ ଗିରଫ ଭୟରେ ଠକ ବର୍ତ୍ତମାନ ଫେରାର ଅଛି . ଏଭଳି ଏକ ଅଭାବନୀୟ ଦୁଃଖଦ ଘଟଣା ଗଜପତି ଜିଲ୍ଲାର ରାୟଗଡ ବ୍ଲକ ମହକୁମାରେ ଘଟିଥିବା ଜଣା ପଡିଛି. ଘଟଣାରୁ ପ୍ରକାଶ, ରାୟଗଡ ବ୍ଲକ ମହକୁମା ସ୍ଥିତ ସ୍ୱାଲସିଂ ସାହିର ଜଣେ ବିଧବା ବୃଦ୍ଧା ଶୁଭ ଗମନା ସ୍ୱାଲସିଂ(୮୨)ଙ୍କ ସରକାରୀ ପେନସନ ଦୀର୍ଘ ଦଶବର୍ଷ ଧରି ଗୋଟିଏ ପରିବାରର ବାପା ଓ ତିନିପୁଅ ବ୍ୟାଙ୍କରୁ ଉଠାଇ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି l ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ସୂଚନା ଅନୁଯାୟୀ ସ୍ଥାନୀୟ ବୃଦ୍ଧାଙ୍କ ସ୍ୱାମୀ ଜଣେ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟ କରିଥିବାବେଳେ ୨୦୦୬ ରେ ତାଙ୍କର ମୃତ୍ୟୁ ହୋଇଥିଲା l ତେବେ ଏହାର ସୁଯୋଗ ନେଇ ସ୍ଥାନୀୟ ଜଣେ ବ୍ୟକ୍ତି ମୃତ ଶିକ୍ଷକଙ୍କ ବିଧବା ସ୍ତ୍ରୀଙ୍କ ଠାରୁ ଆବଶ୍ୟକୀୟ କାଗଜପତ୍ର ମାଗି ନେଇ ପରିବାର ପେନସନ ପାଇଁ ଆବେଦନ କରିଥିଲେ l ୨୦୧୫ ଡିସେମ୍ବର ମାସ ଠାରୁ ପେନସନ ମିଳିବା ଆରମ୍ଭ ହୋଇଥିଲା l କିନ୍ତୁ ଉକ୍ତ ପେନସନ ସମ୍ପର୍କରେ ସମ୍ପୃକ୍ତ ବୃଦ୍ଧାଜଣକ ତାଙ୍କ ନାମରେ ଫେମିଲି ପେନସନ ମେଳୁ ଥିବା କିଛି ଜାଣି ନ ଥିଲେ l ହେଲେ ପ୍ରତ୍ୟେକ ମାସରେ ବ୍ୟାଙ୍କରୁ ପେନସନ ଉଠାଇ ଚଳୁ କରୁଥିଲେ ଜଣେ ଠକ ସ୍ଥାନୀୟ ବ୍ୟକ୍ତି l ଏହାରି ଭିତରେ ସମ୍ପୃକ୍ତ ଠକ ବ୍ୟକ୍ତି ସରୋଜ ବର୍ଦ୍ଧନଙ୍କର କୋରୋନାରେ ମୃତ୍ୟୁ ହୋଇଯାଇଥିବା ବେଳେ ଏହାର ଫାଇଦା ଉଠାଇଥିଲେ ତାଙ୍କ ତିନି ପୁଅ l ଏହାରି ଭିତରେ ବୃଦ୍ଧା ଅସହାୟ ଅବସ୍ଥାରେ ରହି ନିଜ ହକ୍ ପ୍ରାପ୍ୟ ନ ପାଇପାରି ଶେଷରେ ବଜାର ହାଟ ବୁଲି ବୁଲି ଜରି ଓ ପ୍ଲାଷ୍ଟିକ ବୋତଲ ଗୋଟାଇବା ଆରମ୍ଭ କରି ଚଳୁଥିଲେ ।ତେବେ ଗତ କିଛି ଦିନ ପୂର୍ବରୁ ଦୁର୍ଘଟଣାରେ ବୃଦ୍ଧାଜଣକଙ୍କ ଗୋଡ଼ ଭାଙ୍ଗିଯାଇଥିଲା । ଏଥିଯୋଗୁଁ ସେ ଘରୁ ବାହାରକୁ ଯାଇପାରୁନଥିଲେ। ଚଳିତ ମାସ ଏଗାର ତାରିଖରେ ଗୋଟିଏ ଜନ ସେବା କେନ୍ଦ୍ରର ଜଣେ ବ୍ୟକ୍ତି ଓ ଚଞ୍ଚକତା କରିଥିବା ତିନିଭାଇଙ୍କ ମଧ୍ୟରୁ ଜଣେ ଭାଇ ଦୁଇ ଜଣ ମିଶି ଉକ୍ତ ବୃଦ୍ଧାଙ୍କ ପାଖକୁ ଯାଇ କିଛି କାମ ଅଛି ବୋଲି ତାଙ୍କର ବିଭିନ୍ନ କାଗଜପତ୍ର ମାଗିଥିଲେ l ଏହି ସମୟରେ ବୃଦ୍ଧାଙ୍କ ସମ୍ପର୍କୀୟ ଭଣଜା ଦେଖି କଣ ପାଇଁ ବୃଦ୍ଧା ଙ୍କ ପାଖକୁ ଆସିଛ ବୋଲି ପଚାରିବାରୁ ସେ ଦୁହେଁ ବୃଦ୍ଧା ଙ୍କ ଲାଇଫ ସାର୍ଟିଫିକେଟ କରିବା ପାଇଁ କାଗଜ ପତ୍ର ଦରକାର ବୋଲି ଦୁଇ ଜଣ କହିଥିଲେ ।ଏହା ଶୁଣି ସମ୍ପର୍କୀୟ ଭଣଜା ଆଶ୍ଚର୍ଯ୍ୟ ହୋଇଯାଇଥିଲେ l । ବୃଦ୍ଧା ଜଣକ ବିପିଏଲ ହିତାଧିକାରୀ ହୋଇ ବାର୍ଦ୍ଧକ୍ୟ ଭତ୍ତା ପାଉ ଥିବା ବେଳେ ବୃଦ୍ଧାଙ୍କ ଲାଇଭ ସାର୍ଟିଫିକେଟ କଣ ପାଇଁ ତାର କଣ କାମ ଅଛି ବୋଲି ପଚାରିବାରୁ ସେଠାରୁ ଦୁହେଁ ମିଶି ଚଂପଟ ମାରିଥିଲେ। ତାପରେ ସମ୍ପର୍କୀୟ ଭଣଜାଙ୍କ ମନରେ ସନ୍ଦେହ ଉପୁଜି ଥିବାରୁ ଏଥିରେ କଣ ରହସ୍ୟ ଅଛି ବୋଲି ସନ୍ଦେହ କରି କିଛି ଲୋକଙ୍କୁ ବୃଦ୍ଧାଙ୍କ ଲାଇଭ ସାର୍ଟିଫିକେଟ କଣ ଓ ତାର ଆବଶ୍ୟକତା କଣ ଅଛି ବୋଲି ବୁଝି ସମସ୍ତ ତଥ୍ୟ ସଂଗ୍ରହ କରିଥିଲେ । ତଥ୍ୟ ସଂଗ୍ରହ କରିବାରୁ ବୃଦ୍ଧା ଙ୍କ କାର୍ଡ, ବ୍ୟାଙ୍କ ସଂଚୟ ଖାତା ଏବଂ ଏଟିଏମ କାର୍ଡ ମଧ୍ୟ ତାଙ୍କ ପାଖରେ ମହଜୁଦ ନଥିବା ଜଣା ପଡ଼ିଥିଲା। ଏହା ପରେ ଜାଣିବାକୁ ପାଇଥିଲେ ଯେ, ବୃଦ୍ଧାଙ୍କ ସ୍ଵାମୀ ଜଣେ ସରକାରୀ କର୍ମଚାରୀ ଥିଲେ। ସ୍ବାମୀ ଙ୍କ ମୃତ୍ୟୁ ପରେ ବୃଦ୍ଧାଙ୍କ ନାମରେ ଫେମିଲି ପେନସନ କରି ବୃଦ୍ଧା ଙ୍କୁ ପେନସନ ଟଙ୍କା ନ ଦେଇ ଜଣେ ବ୍ୟକ୍ତି ଦୀର୍ଘ ଦଶବର୍ଷ ଚଲୁକରି ଆସୁଥିବା ଗୋଟିଏ ପରିବାରର ବାପାପୁଅ ଚାରିଜଣ ଏହି କେଳେଙ୍କାରୀରେ ସାମିଲ ଅଛନ୍ତି। ଏହା ଜାଣିପାରି ବିଧବା ବୃଦ୍ଧାଙ୍କ ସମ୍ପର୍କୀୟ ସୁକାନ୍ତ ସ୍ଵାଲସିଂ ରାୟଗଡ ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି. ଘଟଣା ନେଇ ଆମ ପ୍ରତିନିଧି ରାୟଗଡା ଥାନା ଅଧିକାରୀ କମଳା ଚୌଧୁରୀଙ୍କୁ ପଚାରିବାରେ ସେ କହିଛନ୍ତି ସମ୍ପୃକ୍ତ ଘଟଣା ନେଇ ମୋୖଖିକ ଭାବେ କୁହାଯାଇଛି. ଆଜି ସୁଦ୍ଧା କୌଣସି ଲିଖିତ ଅଭିଯୋଗ ମିଳିନାହିଁ. ଲିଖିତ ଅଭିଯୋଗ ମିଳିବା ପରେ ରାୟଗଡ ଥାନାରେ କେଶ ରୁଜୁ କରିବା ସହିତ ନିଶ୍ଚିତ ଭାବେ ପଦକ୍ଷେପ ଗ୍ରହଣ କରାଯିବ.