ପୂଟପର୍ତ୍ତିରେ ବୁଗୁଡ଼ାର ଘଣ୍ଟ ତାଳ,ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ମନ ମୋହିଲେ
ବୁଗୁଡ଼ା : ତା ୨୦/୧୧/୨୫ : ଭଗବାନ ସତ୍ୟ ସାଇ ବାବାଙ୍କ ଶତ ବର୍ଷ ଜନ୍ମୋତ୍ସବ ପାଳନ ଅବସରରେ ସୁଦୂର ପୁଟପର୍ତ୍ତି ଧାମରେ ବୁଗୁଡ଼ା ନିକଟସ୍ଥ ଶ୍ରୀ ସତ୍ୟ ସାଇ ପାଦାମ୍ବୁଜମ ଗ୍ରାମ ଆଦିପୁରର ଘଣ୍ଟ ଓ ମୃଦଙ୍ଗ କଳାକାର ଦଳ ସ୍ଵକୀୟ ବାଦ୍ୟ ଶୈଳୀ ପ୍ରଦର୍ଶନ କରି ଉପସ୍ଥିତ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିଣି ଫେରିଥିବା ପ୍ରକାଶ । ବୁଗୁଡ଼ା ସତ୍ୟ ସାଇ ସେବା ସମିତିର ଏସ୍ଆରପି ସଂଯୋଜକ ନିରଞ୍ଜନ ବିଷୋୟୀ ଓ ସମିତିର ଧ୍ୟାନ ବୃକ୍ଷ ସମ୍ବାହକ ମଧୁସୂଦନ ମହାନ୍ତିଙ୍କ ନେତୃତ୍ୱରେ ଏକ ୨୦ ଜଣିଆ ଦଳ ଓଡ଼ିଶା ସଂଗଠନ ତରଫରୁ ମନୋନୀତ ହୋଇ ଏତାଦୃଶ କଳା ପ୍ରଦର୍ଶନ କରି ଫେରିଛନ୍ତି । ଏଥି ପୂର୍ବରୁ ଏହି ଗ୍ରାମର ବାଘ ଓ ବୃଷଭ ନୃତ୍ୟ ମଧ୍ୟ ପୁଟପର୍ତ୍ତିଠାରେ ପର୍ତ୍ତି ଯାତ୍ରା କାଳରେ ସ୍ଵକୀୟ କଳା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବାର ଗୌରବ ଅର୍ଜନ କରିଥିଲେ।
