June 21, 2026

ଗଜପତି ଜଳ ସେଚନ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ଆରମ୍ଭ ..

IMG-20241120-WA0053
Share

ଗଜପତି ଜିଲ୍ଲା ର ପାରଳାଖେମୁଣ୍ଡି ସ୍ଥିତ ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟ ବଂଶଧାରା ନାଗାବଳୀ ଅବବାହିକା ଅବସ୍ଥିତ। ଏହି କାର୍ଯ୍ୟାଳୟ ମୁଖ୍ୟ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ନଗେନ୍ଦ୍ର ନାଥ ମହାରଣା ଦୃଢ଼ ସଙ୍କଳ୍ପ ନେଇ ବର୍ତ୍ତମାନ ସରକାରଙ୍କ

ନିର୍ଦ୍ଦେଶନାମାକୁ ପ୍ରତ୍ୟକ୍ଷ କ୍ରୀୟାନ୍ଵିତ କରିବା ନିମନ୍ତେ ସମ୍ପୂର୍ଣ ପ୍ରଚେଷ୍ଟା କରିଛନ୍ତି। ନିଜ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଏହି ଦିଗରେ ଅକୁଣ୍ଠ ସହଯୋଗ କରିଛନ୍ତି। ସେହି କାର୍ଯ୍ୟାଳୟରେ ସମସ୍ତ ଦୈନନ୍ଦିନ କାର୍ଯ୍ୟ ଓଡ଼ିଆ ଭାଷାରେ ସମ୍ପୂର୍ଣ ହୋଇପାରିଛି। ସେହି କାର୍ଯ୍ୟାଳୟରେ ସମସ୍ତ ସରକାରୀ କାର୍ଯ୍ୟ ଯଥା ବିଭିନ୍ନ କାର୍ଯ୍ୟାଳୟ କୁ ପତ୍ର ଲିଖନ, ସରକାରୀ ବିଜ୍ଞାପନ, ଟେଣ୍ଡର କାର୍ଯ୍ୟ ର ବିଭିନ୍ନ ପ୍ରକ୍ରିୟା ନଥିର ଟିପ୍ପଣୀ ଓ ବିଭିନ୍ନ କାର୍ଯ୍ୟର ସମ୍ପ୍ରସାରଣ ପ୍ରକ୍ରିୟା ଓ କାର୍ଯ୍ୟ ବିଚ୍ୟୁତି ବିବରଣୀ ଏବଂ ବିଭିନ୍ନ ସରକାରୀ ସଭାର ବିବରଣୀ ଓ ସମସ୍ତ ସରକାରୀ ଆନୁଷଙ୍ଗିକ କାର୍ଯ୍ୟକୁ ଓଡ଼ିଆ ଭାଷାରେ ସମ୍ପୂର୍ଣ କରିବାର ଶତ ପ୍ରତିଶତ ସକ୍ଷମ ହୋଇପାରିଛନ୍ତି। ସେହି କାର୍ଯ୍ୟାଳୟ ଗଜପତି ର ସମସ୍ତ ବିଭାଗ ପାଇଁ ଏକ ଦୃଷ୍ଟାନ୍ତ ନିଦର୍ଶନ ପାଲଟିଛି। ନିକଟରେ ସେହି କାର୍ଯ୍ୟାଳୟର ମୁଖ୍ୟ ଅତିରିକ୍ତ ମୁଖ୍ୟମନ୍ତ୍ରୀ ତାଙ୍କ କାର୍ଯ୍ୟକ୍ଷେତ୍ର ପରିସରରେ ଥିବା ସମସ୍ତ ବିଭାଜନ ମୁଖ୍ୟ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଟ ଯନ୍ତ୍ରୀ, କିରାଣୀ, ମୁଦ୍ରିତ କର୍ମଚାରୀ, ଡାଟା ଏଣ୍ଟ୍ରି ଅପରେଟର ଓ ସମସ୍ତ ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କ ଏକ ବୈଠକ କରି ସେମାନଙ୍କ କାର୍ଯ୍ୟାଳୟରେ ସମସ୍ତ କାର୍ଯ୍ୟ ଶତ ପ୍ରତିଶତ ସମ୍ପୂର୍ଣ ଓଡ଼ିଆ ଭାଷାରେ କରିବା ପାଇଁ ନିର୍ଦ୍ଦେଶ ଦେବା ସଙ୍ଗେ ନିବେଦନ ମଧ୍ୟ କରିଛନ୍ତି। ଉପରିସ୍ଥ ଅଧିକାରୀ ଓ ସମସ୍ତ କାର୍ଯ୍ୟାଳୟ ଗୁଡ଼ିକ ସେହି କାର୍ଯ୍ୟାଳୟ ର ମହାନ୍ ପ୍ରଚେଷ୍ଟା କୁ ଭୂରି ଭୂରି ପ୍ରଶଂସା

କରିବା ସହ ନିଜ ନିଜ କାର୍ଯ୍ୟାଳୟରେ ଓଡ଼ିଆ ଭାଷାରେ କାର୍ଯ୍ୟ ତ୍ୱରାନ୍ୱିତ କରିବା ଦିଗରେ ଚେଷ୍ଟା ଜାରି ରଖିଛନ୍ତି। ଏହି ଦିଗରେ ସେହି କାର୍ଯ୍ୟାଳୟ କର୍ମଚାରୀ ମାନେ ସେମାନଙ୍କୁ ସହଯୋଗର ହାତ ବଢାଇଛନ୍ତି। ଏଥିରୁ ସ୍ପଷ୍ଟ ବାରି ହେଉଛି ଯେ ସରକାରଙ୍କ ନିର୍ଦ୍ଦେଶନାମା କୁ ପାଳନ କରିବାର ସରକାରୀ କର୍ମଚାରୀଙ୍କ ମହତ୍ ପ୍ରଚେଷ୍ଟା ଓ ସହଯୋଗ ସରକାରଙ୍କ ଓଡ଼ିଆ ଅସ୍ମିତା ର ରକ୍ଷା ଓ ଅଭିଯାନ କୁ ସାଫଲ୍ୟ ମଣ୍ଡିତ କରିପାରିବ ଏହାର କୌଣସି ସନ୍ଦେହ ନାହିଁ ସାଧାରଣରେ ମତ ପ୍ରକାଶ ପାଉଛି। ନିଜ କାର୍ଯ୍ୟାଳୟରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟରେ ସମସ୍ତ କର୍ମଚାରୀ ସହଯୋଗ ର ହାତ ବଢ଼ାଇ କାର୍ଯ୍ୟ କରୁଥିବାରୁ ଅତିରିକ୍ତ ମୁଖ୍ୟମନ୍ତ୍ରୀ ଈଂ. ନଗେନ୍ଦ୍ର ନାଥ ମହାରଣା ସମସ୍ତ ଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଛନ୍ତି।