June 21, 2026

ଅଲଡା ବିଦ୍ୟାଳୟ ପରିଦର୍ଶନ କଲେ ପାରଳାଖେମୁଣ୍ଡି ବିଧାୟକ.

IMG-20241120-WA0029
Share

 

କାଶୀନଗର

ତା 20/11/24

 

ଆଜି ଅଚାନକ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡା ଗ୍ରାମ ମଧ୍ୟରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ. ବିଧାୟକ ବିଦ୍ୟାଳୟ ରେ ପହଂଚି ବା ସମୟରେ ଅଧ୍ୟୟନ ରତ ଛାତ୍ର ଛତ୍ରୀ ଙ୍କୁ ମଧ୍ୟାହ୍ନ ଭୋଜନ ଦିଅ ଯାଉଥିଲା. ବିଧାୟକ ନିଜେ ଛାତ୍ର ଛାତ୍ରୀ ଙ୍କ ମଧ୍ୟାହ୍ନ ଭୋଜନ ନିକଟରେ ପହଂଚି ସବୁ ପଚାରି ବୁଝି ସେହି ଭୋଜନ ନିଜେ ମଧ୍ୟ ଖାଇ ଥିଲେ. ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଦ୍ୟାଳୟ ମଧ୍ୟରେ ଏକ ଶୌଚାଳୟ ନିର୍ମାଣ ପାଇଁ ବିଧାୟକ ଙ୍କ ନିକଟରେ ନିବେଦନ କରି ଥିଲେ. ବିଧାୟକ ବିଦ୍ୟାଳୟ ପରିସରର ଅନୁସଙ୍ଗିକ ବ୍ୟବସ୍ତା ସବୁ ପରଖି ଖୁବ ଶୀଘ୍ର ବିଦ୍ୟାଳୟ କୁ ଏକ ଉନ୍ନତ ମନରେ ରୂପ ରେଖ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ. ଏହି ସମୟରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇମ୍ମା, ଅଳଡା ସରପଞ୍ଚ ଓ କ୍ଷୁଦ୍ର ଜଳ ସେଚନ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ.