June 21, 2026

ସାରଳା ମହାବିଦ୍ୟାଳୟ ପରିସରରେ ନିଶାମୁକ୍ତ ଭାରତ ଅଭିଯାନ

IMG-20241120-WA0024
Share

ମାନନୀୟ ପ୍ରଧାନମନ୍ତ୍ରୀଙ୍କ “ନିଶାମୁକ୍ତ ଭାରତ ଅଭିଯାନ ” କୁ ଦେଶରେ ସଫଳ ରୂପାୟନ ପାଇଁ ସାରଳା ମହାବିଦ୍ୟାଳୟ ପରିସରରେ କଲେଜର ଛାତ୍ରଛତ୍ରୀ, ଅଧ୍ୟକ୍ଷ, ଆଇନିଜିବୀ ଓ ବୁଦ୍ଧିଜିବୀ ମାନଙ୍କୁ ନେଇ “ଅବୈଧ ନିଶା ସେବନ ରୋକିବାରେ ଛାତ୍ର ସମାଜର ଭୂମିକା ବିଷୟରେ ଏକ ଆଲୋଚନାଚକ୍ର ହୋଇଯାଇଚି।ଉକ୍ତ ଆଲୋଚନାଚକ୍ରରେ କଲେଜର ଅଧ୍ୟକ୍ଷ ଶ୍ରୀ ସୁବାଷ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରୁଥିବା ବେଳେ, ମୂଖ୍ୟ ଅତିଥି ଭାବେ ଶ୍ରୀମାନ ଶ୍ରୀକୃଷ୍ଣଚନ୍ଦ୍ର ମହାପାତ୍ର, ଅଧ୍ୟକ୍ଷ, ନବଦ୍ୟୋୟ ବିଦ୍ୟାଳୟ ରାହାମା, ମୂଖ୍ୟ ଅତିଥି, ବାଣିଧାର ଅଧକ୍ଷ ଆଇନଜୀବୀ ଶ୍ରୀ କିଶୋର ଚନ୍ଦ୍ର ସ୍ୱାଇଁ, କୁଜଙ୍ଗ ଉପ କାରାଗାରର ଜେଲର ଶ୍ରୀ ଇନ୍ଦ୍ରଜିତ ବିଶ୍ଵାଳ ଅତିଥି ଭାବେ ଭାଗ ଦେଇଥିଲେ। ରାଷ୍ଟ୍ରର ଭବିଷ୍ୟତ ଗଢ଼ିବାକୁ ଛାତ୍ର ଓ ଯୁବ ବର୍ଗର ପ୍ରମୁଖ ଭୂମିକା ଅଛି, ଏଥି ପାଇଁ ଛାତ୍ର ସମାଜ ଏଭଳି ଭୟଙ୍କର ଷଡ଼ଯନ୍ତ୍ରରୁ ଦେଶକୁ ରକ୍ଷା କରିବାକୁ ଜାଗ୍ରତ ହୁଅନ୍ତୁ ବୋଲି ଅତିଥିମାନେ ମାର୍ଗଦର୍ଶନ ଦେଇଥିଲେ। ଏହି ପରିପେକ୍ଷିରେ ବାଣୀଧାରାର ସଦସ୍ୟ ମାନେ କାର୍ଯକ୍ରମ ପରିଚାଳନା କରୁଥିବା ବେଳେ ଆଇନଜୀବୀ ଶ୍ରୀ କରୁଣାକର ସାହୁ ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ୪ ଜଣ ଛାତ୍ରୀ ଉପରୋକ୍ତ ବିଷୟରେ ନିଜ ନିଜର ଭୂମିକା ବିଷୟରେ ମତ ରଖି , ପ୍ରଶଂସାର ପାତ୍ର ସାଜିଥିଲେ। ସେମାନଙ୍କୁ ମାନପତ୍ର ଦେଈ ସମ୍ମାନୀୟ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବାଣୀଧାର ର ମୁଖ୍ୟ ପରିଚାଳକ ତଥା ଆଇନଜୀବୀ ଗତିକୃଷ୍ଣ ଶତପଥୀ ପରିଚାଳନା କରିଥିଲେ।

(ଜଗତସିଂହପୁର ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )