August 22, 2026

ପୁରୀଜିଲ୍ଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀ ଜୟନ୍ତୀ ପାଳିତ

IMG-20260820-WA0094
Share

 

ଆଜି ଅଗଷ୍ଟ ୨୦ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗୀୟ ରାଜୀବ ଗାନ୍ଧୀଙ୍କ ପୁଣ୍ୟ ଜୟନ୍ତୀ ଅବସରରେ ପୁରୀ ଜ଼ିଲ୍ଲା କଂଗ୍ରେସ ତରଫରୁ ଜ଼ିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଇନ୍ଦିରା ଭବନ ଠାରେ ଜ଼ିଲ୍ଲା କଂଗ୍ରେସ ସଭାପତି ଇଞ୍ଜିନିୟର ରାଜେଶ କୁମାର ମିଶ୍ର ଙ୍କ ନେତୃତ୍ୱ ରେ ସମସ୍ତ ବରିଷ୍ଠ ନେତୃତ୍ବ ଏବଂ କର୍ମୀ ମାନେ ସ୍ବର୍ଗତ ଗାନ୍ଧୀ ଙ୍କ ପ୍ରତି ମାଲ୍ୟାର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ.ଏହା ପରେ ଜ଼ିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସରସ୍ବତୀ ପାତ୍ରଙ୍କ ଅଧ୍ୟକ୍ଷତା ରେ ସ୍ବର୍ଗତ ଗାନ୍ଧୀଙ୍କ ଜୀବନଶୈଳୀ ଏବଂ ଦେଶ ପ୍ରତି ଅବଦାନ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେଇଥିଲା l ଏଥିରେ ସମସ୍ତ ଉପସ୍ଥିତ ନେତା ଏବଂ ନେତ୍ରୀ ମାନେ ସ୍ବର୍ଗତ୍ବ ଗାନ୍ଧୀଙ୍କ ଭାରତ ବର୍ଷ ପ୍ରତି ପ୍ରଯୁକ୍ତି ବିଦ୍ୟା, କମ୍ପୁଟର, ସୂଚନା ଏବଂ ଯୋଗାଯୋଗ କ୍ଷେତ୍ର ରେ ଉଲ୍ଲଖିନୀୟ ଅବଦାନ ଏବଂ ପଂଚାୟତରାଜ ବ୍ୟବସ୍ଥା ରେ ମହିଳା ମାନଙ୍କ ଭାଗିଦାରୀତା ସମ୍ପର୍କରେ ତାଙ୍କର ଅବଦାନ ଏବଂ ଭାରତବର୍ଷ ର ଅଖଣ୍ଡତା ଏବଂ ଏକତା ପାଇଁ ତାଙ୍କର ବଳିଦାନ ଉପରେ ଆଲୋକପାତ କରିଥିଲେ. ଏଥିରେ ଜ଼ିଲ୍ଲା କଂଗ୍ରେସ ସଭାପତି ରାଜେଶ କୁମାର ମିଶ୍ର, ବରିଷ୍ଠ କଂଗ୍ରେସ ନେତା ପୁଷ୍କର ମହାପାତ୍ର, ପୂର୍ବତନ ଜ଼ିଲ୍ଲା କଂଗ୍ରେସ ସଭାପତି ଉତ୍ତମ ଆଚାର୍ଯ୍ୟ ବରିଷ୍ଠ କଂଗ୍ରେସ ନେତ୍ରୀ ବିଦୁଲତା ଆଚାର୍ଯ୍ୟ, ଆଇନ ସେଲ ଅଧ୍ୟକ୍ଷ କାଳୀ ପ୍ରସାଦ ନାୟକ, ଜ଼ିଲ୍ଲା ଉପସଭାପତି(ସଂଗଠନ ) ସୁକାନ୍ତ ପ୍ରଧାନ, ଉପସଭାପତି ସସ୍ମିତା ସ୍ୱାଇଁ, ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର, ବରିଷ୍ଠ ନେତା ଅମରେନ୍ଦ୍ର ପାଇକରାୟ, ସାଧାରଣ ସମ୍ପାଦକ ସ୍ମୃତି ରଞ୍ଜନ ପତି ଜ଼ିଲ୍ଲା ସେବାଦଳ ସଙ୍ଘଠକ ଅବିନାଶ ମିଶ୍ର, ଜ଼ିଲ୍ଲା କୋଷାଧକ୍ଷ ଆର୍ତତ୍ରାଣ ସାହୁ, ଜ଼ିଲ୍ଲା ସମ୍ପାଦକ ଅମୀୟ ମହାପାତ୍ର ଓ ସୀତାକାନ୍ତ ମହାନ୍ତି,ସୌମ୍ୟକାନ୍ତ ପ୍ରଧାନ, ସମ୍ପାଦିକା କବିତା ପ୍ରିୟଦର୍ଶିନୀ ଦାସ, ରାଧ୍ୟେଶ୍ୟାମ ସାହୂ, ଦୁର୍ଗା ସାମନ୍ତରାୟ, ରଞ୍ଜନ ସାହୂ,ଉମାକାନ୍ତ ବେହେରା,କୁଶ ସେଠି,ଆଦର୍ଶ ମିଶ୍ର, ମନୋଜ ମହାପାତ୍ର ଏବଂ ଶତାଧିକ ମହିଳା କଂଗ୍ରେସ କର୍ମୀ ଯୋଗଦେଇ ନିଜର ମତବ୍ୟକ୍ତ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l