ପାରଳାଖେମୁଣ୍ଡି ନଗର କଂଗ୍ରେସ ପକ୍ଷରୁ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ଜୟନ୍ତୀ ପାଳିତ

IMG-20250820-WA0048
Share

 

 

ପାରଳାଖେମୁଣ୍ଡି:୨୦/୦୮(ଗରୁଡ ଧ୍ଵଜ ଚୌଧୁରୀ): ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆଜି ପାରଳାଖେମୁଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ଜୟନ୍ତୀ ପାଳନ ହୋଇଯାଇଛି। ଏହି ଅବସରରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ରାଜୀବ ଗାନ୍ଧୀଙ୍କ ଫୋଟଚିତ୍ରରେ ମାଲ୍ୟାର୍ପଣ କରାଯାଇ ସ୍ବର୍ଗୀୟ ରାଜୀବ ଗାନ୍ଧୀଙ୍କ ତ୍ୟାଗ ଆଦଶ ନେଇ ସ୍ମୃତି ଚାରଣ କରାଯାଇଥିଲା. ପ୍ରତେକ କଂଗ୍ରେସ କର୍ମୀ ଓ ନେତା ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜରୁ ସେବା କରନ୍ତୁ ବୋଲି ଜୟନ୍ତୀ ସମାବେଶରେ ବରିଷ୍ଠ କଂଗ୍ରେସ ନେତା ଅଭିମନ୍ୟୁ ପଣ୍ଡା, ସୂର୍ଯ୍ୟ ନାରାୟଣ ପାତ୍ର, ରାଜା ପାତ୍ର, ଲବ ସାହୁ, ମୁନା ମହାରଣା, କୁନା ମାଝୀ, ସଂଗ୍ରାମ ସାହୁ, ନୀରାକାର ପାଣିଗ୍ରାହୀ ପ୍ରମୁଖ ମତବ୍ୟକ୍ତ କରିଥିଲେ । ଆଜିର ଜୟନ୍ତୀ ସମାବେଶର ସମସ୍ତ କାର୍ଯ୍ୟକ୍ରମକୁ କାର୍ଯ୍ୟକ୍ରମକୁ ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ପରିଚାଳଣା କରିଥିଲେ.

You may have missed